ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରିୟ ଯାଦବ ସମାଜ ନୁଆଁଖାଇ ଭେଟଘାଟ

ବ୍ଲକ ସ୍ତରିୟ ଯାଦବ ସମାଜ ନୁଆଁଖାଇ ଭେଟଘାଟ

ଉତ୍କେଲା,୧୪/୧୦,// : କେସିଙ୍ଗା ବ୍ଲକ ଉତ୍କେଲା ବଜାର ପ୍ରାଙ୍ଗଣ ରେ ବ୍ଲକ ସ୍ତରିୟ ଯାଦବ ସମାଜ ର ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ପାନାଲାଲ ବେମାଲ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ଲୋକକବି ହଳଧର ନାଗ,ମୁଖ୍ୟ ବ୍ୟକ୍ତା ଧନସିଂ ଭୋଇ,ସମ୍ମାନିତ ଅତିଥି ସକିତ ରତେ,ପ୍ରଦିପ୍ତ ଷାଣ୍ଡ,ନୃପରାଜ ଯାଦବ,ମହେନ୍ଧ୍ର ନାଏକ,ସଞ୍ଜୟ ଧଙ୍ଗଡାମାଝୀ,ଗୋବିନ୍ଦ ବନଛୋର,ରଶ୍ମିରେଖା ରାଉତ,ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ଦେଇଥିଲେ। ଉତ୍କେଲା ଆଞ୍ଚଳିକ ସଭାପତି ଅର୍ଜୁନ ପୋଢ ଙ୍କ ନେତୃତ୍ୱରେ ବ୍ଲକ ର କର୍ମକର୍ତ୍ତା,ଆଞ୍ଚଳିକ କର୍ମକର୍ତ୍ତା ତଥା ଶତାଧିକ ଲୋକ ମାଁ ଭଉଣି ଏକତ୍ରିତ ହୋଇ ଇଷ୍ଟଦେବୀ ମାଁ ଡହଁକା ଗୁଡିରୁ ମଶାଲ ଧରି ଗାଁ ପରିକ୍ରମା କରାଯାଇ ସଭା ମଣ୍ଡପ ରେ ପହଞ୍ଚି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମାଜ ର ଶିକ୍ଷା, ସାହିତ୍ୟ,କଳା ସଂସ୍କୃତି, ସଂହତି କ୍ଷେତ୍ରରେ ଜାଗରଣ ସୃଷ୍ଟି ପାଇଁ ଅତିଥି ଗଣ ଅଭିଭାଷଣ ଦେଇଥିଲେ। ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ ବ୍ଲକ ସଂପାଦକ ଘନଶ୍ୟାମ ଗହିର, ଉତ୍କେଲା ଆଞ୍ଚଳିକ ସଂପାଦକ ଟଙ୍କଧର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ବାଡିଖେଳ,ଡ୍ୟାନସ,ମ୍ୟାଜିକ ,ମାନ ସବୁ କରାଯାଇଥିଲା।

ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଭୁବନେଶ୍ୱର ଠାରେ ରାସ ବିହାରୀ ବେହେରାଙ୍କ ଉପନ୍ୟାସ “ଅନ୍ୱେଷି” ଲୋକାର୍ପିତ

ଦକ୍ଷିଣ ରାଉରକେଲାରେ ବିଧାୟକଙ୍କ ସ୍କୁଲ ପରିଦର୍ଶନ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

Sunil Chandra Nayak

ବିଶିଷ୍ଟ ସମାଜସେବୀ ମଦନମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!