ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

ନବରଙ୍ଗପୁର–ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଫୁପୁଗାଁ ଗ୍ରାମ ପଞ୍ଚାୟତ ର ପଲସଗାଁ ରେ ଥିବା ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଆଜି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ସମ୍ପୃକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ଲତା ରଥ ଙ୍କ ଉପସ୍ଥିତିରେ ଶିକ୍ଷକ ଜୟ ପ୍ରକାଶ ସାହୁ, ଶିକ୍ଷୟତ୍ରୀ ରଶ୍ମିତା ମାଟିଆ, ଜ୍ୟୋତି ନାୟକ, ମିସ୍ ଶ୍ଵେତା ପଟ୍ଟନାୟକ ଙ୍କ ସହଯୋଗରେ ନବମ ଓ ଦଶମ ଶ୍ରେଣୀ ରେ ବିଦ୍ୟା ଅଧ୍ୟୟନ କରୁଥିବା ୨୫୫ ଜଣ ଛାତ୍ରୀ ମାନଙ୍କୁ ପ୍ରତି ଛାତ୍ରୀ ଙ୍କୁ ଏକ ହଜାର ଟଙ୍କାର ଦୁଇ ହଳ ବିଦ୍ୟାଳୟ ୟୁନିଫର୍ମ, ଛାତ୍ରୀ ନିବାସ ରେ ରହିବା ବେଳେ ଏକହଳ ପ୍ୟାଣ୍ଟ ଓ ବାନିୟନ ସହ ଏକହଳ ବୁଟ ଓ ମୋଜା ପ୍ରଦାନ କରାଯାଇଥିଲା lମୁଖ୍ୟ ମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ଏହି ସବୁ ପୋଷାକ, ଜୋତା ଓ ମୋଜା ପାଇ ଥିବାରୁ ବିଶେଷ ଆନନ୍ଦିତ ହୋଇ ଥିବା ଦେଖା ଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦି କର୍ମଯୋଗୀ ଅଭିଯାନ 

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

masiha

ଜିଲ୍ଲା ସଂଯୋଜକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!