ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ପାପଡାହାଣ୍ଡି,19/10, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ଶୁଣ୍ଢି ସାହି ନିକଟରେ ଥିବା ଜୀବନ ଧାରା କୂଅରେ ବୁଡି ଗୁରୁବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ତାଙ୍କ ନାମ ଲକିନାଥ ବିଶୋଇ | ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଶବ ଉଦ୍ଧାର କରିଛି | ଗାଧୋଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି | ମଧ୍ୟାହ୍ନରେ କୂଅ ନିକଟରେ ଚପଲ, ବାଡ଼ି ଓ ପୋଷାକ ଆଦି ଦେଖିବାକୁ ମିଳିଥିଲା | ଏହା ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲା | ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ଓ ପୁର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ |

ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ୨୦୨୩ ପାଳିତ

Sunil Chandra Nayak

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

Sunil Chandra Nayak

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

Sunil Chandra Nayak

Leave a Comment

error: Content is protected !!