ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

କୂଅରେ ବୁଡି ବୃଦ୍ଧଙ୍କର ମୃତ୍ୟୁ

ପାପଡାହାଣ୍ଡି,19/10, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ଶୁଣ୍ଢି ସାହି ନିକଟରେ ଥିବା ଜୀବନ ଧାରା କୂଅରେ ବୁଡି ଗୁରୁବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି | ତାଙ୍କ ନାମ ଲକିନାଥ ବିଶୋଇ | ପାପଡାହାଣ୍ଡି ଅଗ୍ନିଶମ ବିଭାଗ ପହଁଚି ଶବ ଉଦ୍ଧାର କରିଛି | ଗାଧୋଇବାକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି | ମଧ୍ୟାହ୍ନରେ କୂଅ ନିକଟରେ ଚପଲ, ବାଡ଼ି ଓ ପୋଷାକ ଆଦି ଦେଖିବାକୁ ମିଳିଥିଲା | ଏହା ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲା | ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ଓ ପୁର୍ବତନ ସମିତି ସଭ୍ୟ ଯୁଗଳ ବିଶୋଇ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ |

ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜର ପ୍ରଥମ ପ୍ରସ୍ତୁତି ବୈଠକ ,ସଂଗଠନ ସୂଦୃଢିକରଣ ଓ ଗାଁ ଠାରୁ ଜିଲ୍ଳା ପର୍ଯ୍ୟନ୍ତ କମିଟି ଗଠନ ନିମନ୍ତେ ଆଲୋଚନା

Sunil Chandra Nayak

ପୋଡାଅସ୍ତିଆ ଗ୍ରାମରେବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

Sunil Chandra Nayak

Leave a Comment

error: Content is protected !!