ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦାନ୍ତ ଲିମିଟେଡ ତରଫରୁ ମେଗା ମୋତିଆବନ୍ଦୁ ଶିବିର ଉଦଘାଟିତ

ବେଦାନ୍ତ ଲିମିଟେଡ ତରଫରୁ ମେଗା ମୋତିଆବନ୍ଦୁ ଶିବିର ଉଦଘାଟିତ

ଲାଞ୍ଜିଗଡ଼,୧୯/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପକ୍ଷରୁ ସୁବର୍ଣ୍ଣପୁର ମହାନଦୀ ନେତ୍ର ଚିକିତ୍ସାଳୟର ସହଯୋଗରେ ବାର୍ଷିକ ମେଗା ମୋତିଆବିନ୍ଦୁ ଶିବିରର ଶୁଭାରମ୍ଭ ହୋଇଯାଇଛି । ଗୁଣାତ୍ମକ ତଥା ସୁବିଧାରେ ଚକ୍ଷୁ ଯତ୍ନ ସମ୍ବନ୍ଧରେ ସ୍ଥାନୀୟ ଲୋକମାନଙ୍କୁ ସହାୟତା ଏଇ ଶିବିରର ଉଦ୍ଦେଶ୍ୟ ଏବଂ ଚଳିତ ବର୍ଷ ଲାଗି ଏହି ଶିବିର ୭ଟି ପର୍ଯ୍ୟାୟରେ ୪୦ ଜଣ ହିତାଧିକାରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ସହ ସମୁଦାୟ ୨୮୦ ଜଣଙ୍କୁ ସହାୟତା କରିବ ବୋଲି ସୂଚନା ମିଳିଛି । ୨୦୧୪ରେ ଆରମ୍ଭ ହେବା ପରଠାରୁ ଏହି ଶିବିର ୧୦୦୦ଟି ଅପରେସନରୁ ସଫଳତା ପାଇଛି । ରୋଗୀମାନଙ୍କ ପାଇଁ ପ୍ରାଥମିକ ପରୀକ୍ଷାଠାରୁ ଆରମ୍ଭ କରି ସର୍ଜରୀ ଓ ନିୟମିତ ଦେଖାଶୁଣା ସାଙ୍ଗକୁ ମୋତିଆ ବିନ୍ଦୁ ଅପରେସନ କରାଉଥିବା ରୋଗୀଙ୍କ ପାଇଁ ସଂପୂର୍ଣ୍ଣ ଧ୍ୟାନ ରଖାଯିବ ବୋଲି କଂପାନୀ ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ, କଂପାନୀ ତରଫରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲ, ନିୟମିତ ସ୍ବାସ୍ଥ୍ୟ ଶିବିର ଆୟୋଜନ, ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା, ଶିଶୁ ଯତ୍ନ ପାଇଁ ନନ୍ଦଘର ପ୍ରକଳ୍ପ ଆଦି କାର୍ଯ୍ୟକାରୀ କରାଯାଉଛି!

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

ବଜ୍ରପାତ ରେ ମୃତ୍ୟୁ : ଅସହାୟ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ    

Sunil Chandra Nayak

ବିଗ୍ନାନ ସ୍କୁଲରେ ବିଜ୍ଞାନ ମେଳା ଚିତ୍ରାଙ୍କନ ଓ ଗଣିତ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!