ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

ଜୁନାଗଡ଼,(ମ ନି ସ): ପାର୍ବଣ ଋତୁରେ,ଚଳିତ ମାସ ରୁ ଧରା ପୃଷ୍ଠରେ ଅବତରଣ କରିଛନ୍ତି ଜଗତ ଜନନୀ ମାଁ ଦୁର୍ଗା।ଚାରବାହାଲ ୨୦ ତାରିଖ ରୁ ଆରମ୍ଭ ହେଇଛି ଦୁର୍ଗା ପୂଜା କଳସ ଯାତ୍ରା ଆରମ୍ଭ ହୋଇଛି।ସ୍ଥାନୀୟ ନୂଆଁବନ୍ଦ ରୁ ପୂଜା ମଣ୍ଡପ ଯାଏ କଳସ ଯାତ୍ରା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୂଜା କମିଟି ସଭାପତି ଜାନକୀ ପାନ,ଉପ ସଭାପତି ସୁରେନ୍ଦ୍ର କର,କୋଷଧକ୍ଷ ଅଭିମନ୍ୟୁ ସିଂ ଙ୍କ ନେତୃତ୍ଵରେ ଏହି କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୧୦୦ ରୁ ଉର୍ଦ୍ଧ ମହିଳା ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।ଦର୍ଶକଙ୍କ ମନୋରଂଜନ ପାଇଁ ସଂଧ୍ୟାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି।ପୂଜା କମିଟି କର୍ମ କର୍ତ୍ତା ସଚ୍ଚିଦାନନ୍ଦ ଚଲାନ,ପ୍ରଦୁମ୍ନ ସାହୁ,ଲଛମନ ତାଣ୍ଡି, ଟଙ୍କଧର ଚଲାନ,ଲବ ଧ.ମାଝୀ,ନବ କିଶୋର ପାନ,ସୁନିଲ କର ଦାୟିତ୍ଵ ତୁଲାଉଛନ୍ତି।ବଳରାମ କର,ସୁବାସ ସାହୁ,ପରମେଶ୍ବର ସିଂ,ସକଳେ ପଣ୍ଡା,ରୁଚେନ ବାଗ,ଜଗନ୍ନାଥ ଗହିର, ସଙ୍କୁ ସିଂ,ଗୁଡୁ ଦୁର୍ଗା,କ୍ଷେତ୍ର ସମର୍ଲୀୟା,କୁଶ ଚଲାନ ପ୍ରମୁଖ ସହଯୋଗ କରୁଛନ୍ତି। ୨୫ ତାରିଖ ରେ ପୂର୍ଣ୍ଣାହୂତି,ସନ୍ଧ୍ୟା ରେ ବିସର୍ଜନ କାର୍ଯ୍ୟକ୍ରମ ହେବାକୁ ଥିବା ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।ହେଲେ ପୂଜାର ମହୋଲ ନେଇ ସାରା ଚାରବାହାଲ ଉତ୍ସବ ମୁଖର ହୋଇ ପଡିଛି, ମାଙ୍କ ପୂଜା ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ମାଙ୍କ ଦର୍ଶନ ଓ ଆକର୍ଷଣୀୟ ସାଜସଜ୍ଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ରାତ୍ର ପର୍ଯନ୍ତ ଲାଗିରହୁଛି।ସ୍ଥାନୀୟ ପୂଜା କମିଟି ଓ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଡୋକାରିଚଞ୍ଚରା ଠାରେ ଏଲଆଇସି ଅଭିକର୍ତ୍ତାଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

Sunil Chandra Nayak

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

ୟୁଏଆଇଏଲ୍‌ର ‘ପ୍ରୋଜେକ୍ଟ ନୀର’ ରାୟଗଡାରେ କୃଷି ପାଇଁ ନୂତନ ଜୀବନ ଆଣିଛି

masiha

Leave a Comment

error: Content is protected !!