ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

ରାୟଗଡାରେ ଆୟୋଜିତ ହେଲା ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ

ଲୋକାର୍ପିତ ହେଲା ଆମେ ଭାରତର ମତଦାତା ଓଡିଆ ସଙ୍ଗୀତ

ରାୟଗଡ଼ା ତା ୨୮.୧୦.୨୦୨୩ // ରାୟଗଡା ଜିଲ୍ଲା ସଦରମହକୁମା ରାଜରାସ୍ତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ୨୦୨୪ ସମ୍ପର୍କିତ ପଥ ଉତ୍ସବ ଓ ୱାକେଥନ ଶନିବାର ଦିନ ଆୟୋଜିତ ହୋଇଯାଇଛି । ସକାଳ ଆଠ ଘଟିକା ସମୟରେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଓ ଭାସ୍କର ରଇତ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ଆଇ ଟି ଡି ଏ ସମୁଖ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ରାୟଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ , ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ବରିଷ୍ଠ ନାଗରିକ ସେବା ସଂଘ, ରାୟଗଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁମୁଟିପେଣ୍ଠ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଜିସିଡି ଜିଲ୍ଲା ଉଚ୍ଚ ବିଦ୍ୟାଳୟ, ଆର ଏସ ଇ ଡବ୍ଲୁସି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାୟଗଡା ନିର୍ବାଚନ ମଣ୍ଡଳୀର ବୁଥ ସ୍ତରୀୟ ଅଧିକାରୀ ଓ ବୁଥ ସୁପରଭାଇଜର, ନୂତନ, ଯୁବ ଓ ପ୍ରତ୍ୟାଶିତ ଭୋଟର ତଥା ବିଭିନ୍ନ ୱାକର୍ଷ କ୍ଲବ ଓ ସାଧାରଣ ମତଦାତା, ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କର୍ମକର୍ରାବୃନ୍ଦ ଅଂଶଗ୍ରହଣ କରିଥିଲେ । ଭାରତ ନିର୍ବାଚନ ଆୟୋଗଙ୍କ ଚିହ୍ନ ବହନ କରିଥିବା ଟୋପି ଓ ଯୁବ ଭୋଟରଙ୍କୁ ଓଡିଆ, ହିନ୍ଦୀ ଓ ତେଲୁଗୁ ଏଭଳି ତିନୋଟି ଭାଷାରେ ଆମେ ଭାରତ ମତଦାତା ମୁଦ୍ରିତ ଟି ସାର୍ଟ ସଚେତନତାର ଏକ ସୁନ୍ଦର ବାର୍ତ୍ତା ବହନ କରିଥିଲା । ଶୋଭାଯାତ୍ରାର ପ୍ରାରମ୍ଭରେ ମାର୍ଶାଲ ଆର୍ଟ ଓ ମଧ୍ୟ ଭାଗରେ ପଥପ୍ରାନ୍ତ ନାଟକ ଶୋଭାଯାତ୍ରାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହ ଯାତ୍ରୀ ଓ ସାଧାରଣ ନାଗରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶହେ ଫୁଟ ଲମ୍ବର ବ୍ୟାନର ଓଡିଆ, ହିନ୍ଦୀ, ତେଲୁଗୁ ଓ ଇଂରାଜୀ ଭାଷାରେ ପଥ ଉତ୍ସବକୁ ବିମନ୍ଦିତ କରିବା ସହ ସଂକ୍ଷିପ୍ତ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ -୨୦୨୪ ର ସାମ୍ବିଧାନିକ ବାର୍ତ୍ତା ବହନ କରିଥିଲା । ବୈଠକ ସ୍ଥଳରେ ଅନଲାଇନ ନାମ ପଞ୍ଜିକରଣ ନିମନ୍ତେ ସହାୟତା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରସ୍ତୁତ ଆମେ ଭାରତର ମତଦାତା ସଙ୍ଗୀତ ଓଡିଆରେ ଲୋକାର୍ପିତ ହୋଇଥିଲା । ଏଥ୍‌ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଇଥିଲା ।

ଡ: ଆମ୍ବେଦକରଙ୍କ ପ୍ରତିମୂର୍ତି ପାର୍ଶ୍ଵରେ ଫୁଲ ଚିତ୍ର ମାଧ୍ୟମରେ ଆମେ ଭାରତର ମତଦାତା ସ୍ଲୋଗାନ ସ୍ଥାନୀୟ ମହିଳା କ୍ଲବ ଓ ଯୁବ ଭୋଟରଙ୍କ ହାରା ଚିତ୍ରିତ କରାଯାଇଥିଲା । ଆଇଟିଡିଏ ଛକ ଠାରେ ଅନୁଷ୍ଠିତ ରଙ୍ଗୋଲି ପ୍ରତିଯୋଗିତା ସହ ଯୋଗାସନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଦସ୍ତଖତ ଅଭିଯାନ, ପ୍ଲାକାର୍ଡ ପ୍ରଦର୍ଶନ, ମାର୍ଶାଲ ଆର୍ଟ ଆଦିର ଆୟୋଜନ କରାଯାଇଥିଲା । ସେଲଫି ପଏଣ୍ଟ ରେ ଫଟୋ ଉଠାଣ ଆକର୍ଷଣ ଥିଲା । ଶେଷରେ ମଞ୍ଚରେ ସମ୍ବିଧାନର ପ୍ରସ୍ତାବନା ଉଲ୍ଲେଖ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏକ ପଥ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଓ ଭାସ୍କର ରଇତ, ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ କଲ୍ୟାଣୀ ସଂଘମିତ୍ରା ଦେବୀ , ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ ଦିଲ୍ଲୀପ କୁମାର ବେହେରା, ରାୟଗଡା ବିଡିଓ ଅମୂଲ୍ୟ କୁମାର ସାହୁ ମଞ୍ଚାସୀନ ହୋଇ ପଥ ଉତ୍ସବରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରିଥିଲେ । ମତଦାନ ସମସ୍ତଙ୍କ ଅଧିକାର ସଂକ୍ଷିପ୍ତ ସ୍ବତନ୍ତ୍ର ସଂଶୋଧନ ୨୦୨୪ ପରିପ୍ରେକ୍ଷିରେ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ନାମ ଯୋଗ ବାଦ ଓ ସଂଶୋଧନ କାର୍ଯ୍ୟ ଚାଲୁ ରହିବ । ଏଣୁ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରି ଗର୍ବିତ ହେବାପାଇଁ ଅତିଥ୍ୟ ବୃନ୍ଦ ସଚେତନ କରିଥିଲେ । । ଏଣୁ ରଙ୍ଗୋଲି ପ୍ରତିଯୋଗିତାରେ ଦୀପ୍ତି ମହାନ୍ତି ପ୍ରଥମ, ଅଲିଭା କଅଁର ଓ ସୁଜିତ ଖୋସାଲା ଦ୍ୱିତୀୟ ତଥା ମାନିନୀ ନାୟକ ଓ ମଧୁସମିତା ଛୁଆଲସିଂହ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରାୟଗଡ଼ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଏହାର ଆୟୋଜନ କରିଥିଲେ । ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ବାଇଁ, ଜିଲ୍ଲାଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧ୍ଵରୀ ଭଜନଲାଲ ମାଝୀ, ରାୟଗଡ଼, ଜିଲ୍ଲା ସଂସ୍କୃତି ଅଧିକାରୀ ସୁମିତା ବାଉରୀ, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧ୍ବକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଶିକ୍ଷକ ନୀଳାଚଳ ମିଶ୍ର, ରାୟଗଡ଼ ଜିପିଇଓ ଗୋପାଳ ପଣ୍ଡା, ରାୟଗଡ଼ ପୌରପରିଷଦର ନିର୍ବାଚନ ସହାୟକ ଚନ୍ଦ୍ରଶେଖର ରଥ ତଥା ଉପକିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ 

Sunil Chandra Nayak

କୁତୁର୍ଲା ଗାଁ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମା’ କିଚକେଶ୍ବରୀ କ୍ଳାସେସ୍(ଏମ୍. କେ.କ୍ଲାସେସ୍)ରେ ନବାଗତ ବିଦ୍ୟାର୍ଥୀଙ୍କୁ ସ୍ବାଗତ। ପ୍ରତ୍ସାହନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!