ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋରିଗାଁ ରେ ଆଦିବାସୀ ଦଶହରା ପାଳିତ 

ବୋରିଗାଁ ରେ ଆଦିବାସୀ ଦଶହରା ପାଳିତ 

ଡାବୁଗାଁ, ୨୯/୧୦ (ମ.ନି.ସ.)- ରବିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ଠାରେ ପାରମ୍ପରିକ ଆଦିବାସୀ ଦଶହରା ପାଳିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ଲାଠି ,କୁର୍ଚି ଓ ଶିରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା | ଅପରାହ୍ନ ରେ ସମସ୍ତ ଲାଠି, କୁର୍ଚି ବୋରିଗାଁ ଗ୍ରାମ ଦେବତୀ ମନ୍ଦିର ଠାରେ ପହଞ୍ଚି ଥିଲେ | ସେଠାରୁ ଲାଠି ,କୁର୍ଚି, ଶିରା ଓ ଦିଶାରି ମାନେ ସୁସଜିତ ହୋଇ ପାରମ୍ପରିକ ଢୋଲ ମର୍ଦଳ ତାଳେ ତାଳେ ନୃତ୍ୟରତ ଭାବେ ଗ୍ରାମ ପରିକ୍ରମା କରିଥିଲେ | ରବିବାର ସାପ୍ତାହିକ ହାଟ ଥିବାରୁ ଭକ୍ତଙ୍କ ଭିଡ ପରିଲଖିତ ହୋଇଥିଲା | ଏହି ଦଶହରା ଆଶ୍ଵିନ ମାସରେ ଦଶହରା ପର୍ବ ରେ ମା ଦୂର୍ଗାଙ୍କ ଦଶମୀ ପୂଜା ପରେ ଯେଉଁ ରବିବାର ପଡିଥାଏ ସେହିଦିନ ଆଦିବାସୀ ଦଶହରା ପାଳିତ ହୋଇଥାଏ | ଏଥିରେ ଗ୍ରାମର ପ୍ରାୟ ବହୁ ଲୋକଙ୍କ ସମାଗମ ହୋଇଥିଲା | ରାତିରେ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ୨ ଟି ଦେଶିଆ ନାଟ ଯଥା:- ମାଲକାନଗିରି ଜିଲା ଖଇରିପୁଟ ବ୍ଲକ ପୂଜାରିଗୁଡା ଗ୍ରାମର କର୍ଣ୍ଣ ଗୁରୁ ଙ୍କ ନିର୍ଦ୍ଦେଶିତ “ଝିଅ ବାହା ନ ହୋଇ ମା ହେଲା” ପ୍ରଦର୍ଶିତ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି, ସସିଦ୍ଧର ମାଝି ପ୍ରମୁଖ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ଗୁଡିକ ବୋରିଗାଁ ଶ୍ରୀ ଶ୍ରୀ ବୁଢା ଅମିତ ଦୂର୍ଗା ପୂଜା କମିଟି କର୍ମକର୍ତ୍ତା ଲକ୍ଷ୍ମଣ ପନକା, କୃଷ ପନକା, ଦଶମୁ କଲାର, ସୁବାସ ପନକା, ଇଶ୍ଵର ପନକା, ଇଶ୍ଵର ଭତରା, ରଞ୍ଜିତ ପନକା, ମହେଶ ପନକା, ବିଶ୍ଵନାଥ କଲାର, ସନପତ କଲାର, ବିଦ୍ୟାଧର ଗୌଡ, ଟୁନୁ ମାଳୀ, କ୍ଷେମରାଜ ପନକା ଓ ଅନ୍ୟ ମାନେ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ ଜୟନ୍ତୀ ବାଗ

masiha

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

masiha

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

masiha

Leave a Comment

error: Content is protected !!