ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

୬ଜଣଙ୍କ ମୃତ୍ୟୁ ସୂଚନା…. ହେଲ୍ପ ଲାଇନ ନମ୍ବର ଜାରୀ

ବିଜୟନଗରମ କଣ୍ଟକାପଲ୍ଲୀ ନିକଟରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଦୁର୍ଘଟଣା ଘଟିଛି । ସିଗନାଲ ପାଇଁ ଅପେକ୍ଷା କରିଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ପଛପଟୁ ଧକ୍କା ଦେଇଛି ପଲାସା ଏକ୍ସପ୍ରେସ୍ । ଆନ୍ଧ୍ର ପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାୟଗଡ଼ା ପାସେଞ୍ଜରର ୪ରୁ ୫ଟି ବଗି ଲାଇନଚ୍ୟୁତ ହୋଇଛି ।

ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା କୁହାଯାଉଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଂକା କରାଯାଉଛି । ବିଶାଖାପାଟଣା ଏବଂ ବିଜୟନଗରମ ଠାରୁ ଦୁର୍ଘଟଣା ରିଲିଫ ଟ୍ରେନ୍ ଯାଇଛି । ବିଶାଖାପାଟଣା ଠାରୁ ଡିଆରଏମ୍ କାର୍ଯ୍ୟାଳୟ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ରେସ୍କ୍ୟୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ବିଦ୍ୟୁତ୍ ତାର ଛିଣ୍ଡି ଥିବାରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣା ପୂରା ଘଟଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆହତଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ହେଲ୍ପ ଲାଇନ ନମ୍ବର ଜାରୀ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବଡ ଖବର.. ଟାଟା ଷ୍ଟିଲରେ ବଡ ଦୁର୍ଘଟଣା

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

Leave a Comment

error: Content is protected !!