ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ ମାଉଣ୍ଟ ରୁଦୁଗେରା (୧୯,୧୦୦ ଫୁଟ) ଶିଖରରେ ପହଞ୍ଚିଲା କଳାହାଣ୍ଡି ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଦଳ

ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ ମାଉଣ୍ଟ ରୁଦୁଗେରା (୧୯,୧୦୦ ଫୁଟ) ଶିଖରରେ ପହଞ୍ଚିଲା କଳାହାଣ୍ଡି ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଦଳ

ଓଡ଼ିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ତଥା ଭାରତର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ତାର ଗବେଷଣାତ୍ମକ ହିମାଳୟନ ପର୍ବତାରୋହଣ ଅଭିଯାନ ଯାତ୍ରା ଆରମ୍ଭ କରିଅଛି।ଏହି ଗବେଷଣାତ୍ମକ ହିମାଳୟ ପର୍ବତାରୋହଣ ଅଭିଯାନ କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ମାର୍ଗଦର୍ଶନରେ ହିମାଳୟକୁ ଦୁଃସାହସିକ ପର୍ବତାରୋହଣ ଅଭିଯାନ ଆରମ୍ଭ କରିଛି,ଯାହାକି ସେ ନିଜେ ଅଭିଯାନର ନାମ “ ଗୁଡହାଣ୍ଡି ଟିମ ଅଫ ମାଉଣ୍ଟନେରସ କଳାହାଣ୍ଡି ବିଶ୍ବବିଦ୍ୟାଳୟ “ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ । କଳାହାଣ୍ଡିର ଏତିହ୍ଯ, ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ କଳାହାଣ୍ଡି ତଥା ଓଡ଼ିଶାର ଏଭରେଷ୍ଟ ଆରୋହୀ ଯୋଗବ୍ଯାସ ଭୋଇ ସ୍ବାଗତ ଜଣାଇବା ସହିତ ପରବର୍ତ୍ତୀ ପଦକ୍ଷେପ ପାଇଁ ନୂଆଦିଲ୍ଲୀସ୍ଥିତ ଭାରତୀୟ ପର୍ବତାରୋହଣ ସଂସ୍ଥାନକୁ ଜଣାଇଥିଲେ । ପ୍ରକାଶ ଯୋଗ୍ୟ ଯେ, ଏଭେରେଷ୍ଟ ଆରୋହୀ ଶ୍ରୀ ଯୋଗବ୍ଯାସ ଭୋଇ ଓ ଜାତୀୟସ୍ତରର ଅଭିଜ୍ଞ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କର ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଉତ୍ତରାଖଣ୍ଡ ରାଜ୍ୟର ଗଙ୍ଗୋତ୍ରୀ ସ୍ଥିତ ମାଉଣ୍ଟ ରୁଦୁଗେରା (୫୮୧୯ ମିଟର /୧୯୧୦୦ ଫୁଟ) ଅଭିଯାନରେ ପର୍ବତାରୋହଣ କରିବା ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଯାଇଛନ୍ତି । ନୂଆଦିଲ୍ଲୀସ୍ଥିତ ଭାରତୀୟ ପର୍ବତାରୋହଣ ସଂସ୍ଥାନ ଏହି ପର୍ବତାରୋହଣ ଅଭିଯାନ ତଥା ଅଭିଯାନ ନାମକୁ ସ୍ବୀକୃତି ଦେବା ସହ ଅନୁମତି ପ୍ରଦାନ କରିଅଛି । ଯାହାକି ଏହି ଅଭିଯାନର ନାମ “ ଗୁଡହାଣ୍ଡି ଟିମ ଅଫ ମାଉଣ୍ଟନେରସ କଳାହାଣ୍ଡି ବିଶ୍ବବିଦ୍ୟାଳୟ ମାଉଣ୍ଟ ରୁଦୁଗେରା (୫,୮୧୯ ମିଟର/୧୯,୧୦୦ ଫୁଟ) ଅଭିଯାନ ୨୦୨୩ ” ଅଟେ । ଯେଉଁଠାରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଦିନେଶ ବାରିକ, ଆୟୁଷ କୁମାର ପାତ୍ର, ଧନନଞୟ ଖାଡିଆ, ଦୀପକ କରୁଆଁ (୪ଜଣ), ନୂଆପଡା ନ୍ୟାସନାଲ କଲେଜର ଛାତ୍ର ଜିତେନ ସାହୁ, ରିଷିଡା ମହାବିଦ୍ୟାଳୟର ଛାତ୍ର ଆର୍ତ୍ତତ୍ରାଣ ମିଶ୍ର, କରଲାପଡା ମହାବିଦ୍ୟାଳୟର ଛାତ୍ର ରମେଶ ଜାଲ, ପ୍ରଗତି ମହାବିଦ୍ୟାଳୟର ଛାତ୍ର ସ୍ମୃତିରଞ୍ଜନ ମାଝୀ, କେସିଙ୍ଗା ମହାବିଦ୍ୟାଳୟର ଛାତ୍ର ଆଦିତ୍ୟ ପ୍ରତାପ ନାୟକ ଏବଂ ଧର୍ମଗଡ ମହାବିଦ୍ୟାଳୟର ଛାତ୍ର ଅଭିମନ୍ୟୁ ଧଙ୍ଗଡାମାଝୀ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ତତ୍ ସଙ୍ଗେ ଏହି ପର୍ବତାରୋହଣ ଅଭିଯାନରେ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ତରଫରୁ କ୍ରୀଡା ପରିଷଦ ନିର୍ଦ୍ଦେଶକ ଡକ୍ଟର ଘନଶ୍ୟାମ ବେହେରା, ନାଭାଲ ଏନସିସିର ଅଧିକାରୀ ଡକ୍ଟର ନଳୀନିକାନ୍ତ ରଣା ସହିତ ଏନଏସଏସ ଅଧିକାରୀ ଡକ୍ଟର ପ୍ରିୟ ରଞ୍ଜନ ବେହେରା ସାମିଲ ହୋଇଛନ୍ତି। ତାପରେ ଗତ ୧୨ ଅକ୍ଟୋବର ୨୦୨୩ ରିଖ ଦିନ ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରଫେସର ସଂଜୟ କୁମାର ଶତପଥୀ ମହୋଦୟଙ୍କ ସହିତ କଳାହାଣ୍ଡି ଜିଲ୍ଲାର ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ସେଠ ଭିଡିଓ କଲ ମାଧ୍ୟମରେ କଥା ହୋଇ ସମସ୍ତଙ୍କୁ ଶୁଭେଛା ଜଣାଇ ଥିଲେ, କଳାହାଣ୍ଡି ମହାରାଜ ଶ୍ରୀଯୁକ୍ତ ଅନନ୍ତ ପ୍ରତାପ ସିଂ ଦେଓ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଭିଲାଶ ଜି, ଆଇପିଏସ ପତାକା ଦେଖାଇ ପର୍ବତାରୋହୀ ଦଳର ଯାତ୍ରାକୁ ଶୁଭେଛା ଜଣାଇଥିଲେ ।ତତ୍ ସଙ୍ଗେ ଭବାନୀପାଟଣାସ୍ଥିତ ଅରୁନ୍ଧତୀଗହଣା ସୋରୁମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଚୁୟତାନନ୍ଦ ମେହେର ପର୍ବତାରୋହୀ ଦଳକୁ ଶୁଭେଛା ଜଣାଇଥିଲେ । ଏହି ପର୍ବତାରୋହଣ ଅଭିଯାନ ଉତ୍ତରାଖଣ୍ଡର ଉତ୍ତରକାଶୀ ଠାରୁ ଆରମ୍ଭ ହୋଇ ହାରସିଲ, ଗଙ୍ଗୋତ୍ରି ଦେଇ ପ୍ରଥମେ ନାଲା କ୍ଯାମ୍ପ, ମାଉଣ୍ଟ ରୁଦୁଗେରା ବ୍ୟାସ କ୍ଯାମ୍ପ (୧୫୦୦୦ ଫୁଟ ଉଚ୍ଚତା)ରେ ଆମେ ପହଞ୍ଚିଥିଲୁ। ସେଠାରେ ୩ ଦିନ ରହିବା ପରେ ବ୍ୟାସ କ୍ଯାମ୍ପରୁ ଗତ ୨୬ ଅକ୍ଟୋବର ଦିନ ସକାଳ ୫ ଘଣ୍ଟାରୁ ଚଢିବା ଆରମ୍ଭକରି ଦୀର୍ଘ ୭ ଘଣ୍ଟା ଚାଳିବା ପରେ ମାଉଣ୍ଟ ରୁଦୁଗେରା (୫୮୧୯ମିଟର/୧୯,୧୦୦ଫୁଟ) ଶିଖରରେ ପହଞ୍ଚିଥିଲୁ । ପରେ ହାରାହାରି ୬ ଘଣ୍ଟା ତଳକୁ ଓହ୍ଲାଇବା ପରେ ବ୍ୟାସ କ୍ଯାମ୍ପରେ ପହଞ୍ଚିଥିଲୁ । ଏହି ପର୍ବତାରୋହଣ ଅଭିଯାନ ବେଳେ ବହୁତ ଥଣ୍ଡା ସହିତ ବରଫ ପଡିବା ସହିତ ଶିଖରରେ ମାଇନସ ୮ ଡିଗ୍ରୀ ରୁ ୧୦ ଡିଗ୍ରୀ ତାପମାତ୍ରା ରହିଥିଲା । ଯାହାକି ଏହି ପର୍ବତାରୋହଣ ଅଭିଯାନ ପାଖାପାଖି ଦିର୍ଘ ୨୦ ଦିନ ଧରି ଚାଲିଥିଲା । ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଏହି ମାଉଣ୍ଟ ରୁଦୁଗେରା ହିମାଳୟନ ଅଭିଯାନରେ ସଫଳତାର ସହିତ ପହଞ୍ଚିଅଛି । ଯାତ୍ରା ବେଳେ କଳାହାଣ୍ଡିର ମାଟି, ହାବସପୁରୀ କପଡା, ମା ମାଣିକେଶ୍ଵରୀଙ୍କ ଆଜ୍ଞାମାଳ, କଳାହାଣ୍ଡିର ଘୁମୁରା ନେଇ ଉତ୍ତରାଖଣ୍ଡ ହିମାଳୟକୁ ଯାତ୍ରା ଆରମ୍ଭ କରି ସଫଳତାର ସହିତ ଶିଖରରେ ପହଞ୍ଚିଥିଲୁ ବୋଲି ଏଭେରେଷ୍ଟ ଆରୋହୀ ଶ୍ରୀ ଯୋଗବ୍ଯାସ ଭୋଇ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର

masiha

Waltair Division Observes “Rashtriya Ekta Diwas” to Mark Sardar Vallabhbhai Patel’s Birth Anniversary

Sunil Chandra Nayak

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!