ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

ଖଣି ବିଭାଗକୁ ଆସିବାକୁ ଛନ ଛନ, ଆସିବା ବେଳେ ଓ ବଦଳି ବେଳେ ସମ୍ପତି ଯାଞ୍ଚ ହେଉ

ବଡ଼ବିଲ – ଖଣି ବିଭାଗକୁ ଆସିବା ନିମନ୍ତେ ଚାଲିଛି ଏକ ପ୍ରକାର ଦୌଡ଼ ପ୍ରତିଯୋଗିତା ବୋଲି ବିଭାଗୀୟ ଏକ ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି।ବିଭାଗକୁ ଆସିବାକୁ ହେଲେ କେତେ ପ୍ରକାରର ପକ୍ରିୟା ମଧ୍ୟମରେ ଆସିବା ହେଉଛି ସ୍ଥାନୀୟ ଦୁଇ ଗୋଟି ଖଣି କ୍ଷେତ୍ରକୁ ବୋଲି ଘଟଣା ଧୀରେ ଧୀରେ ସାର୍ବଜନୀନ ହେବାରେ ଲାଗିଛି।ଏଠି ବଡ଼ ବାଡ଼ିଆଙ୍କ ପାଇଁ କିଛି ଭିନ୍ନ କସରତ କରିବାକୁ ପଡୁଥିବା ବେଳେ ସାଧାରଣଙ୍କ ପାଇଁ ହେଡକ୍ୱାର୍ଟସର ବିଭାଗୀୟ ନିଯୋଗ ଥିବା ଅଧିକାରୀ ବେସ ଯୋଗ୍ୟ ବୋଲି ଜଣା ପଡିଛି।ତେବେ ପଦାରେ ପଡ଼ିଲାଣି ଯେ ଏହି ଖଣି ବିଭାଗର ମୁଖ୍ୟ ହେବାକୁ ହେଲେ କୁଆଡେ ମନ୍ତ୍ରୀଙ୍କ ସାହାରା ନେବାକୁ ଚର୍ଚ୍ଚା ହେଉଥିବା ବେଳେ ଉଚ୍ଚ କର୍ମଚାରୀ କେଇଟା ଆସିବା ନିମନ୍ତେ ହେଡକ୍ୱାର୍ଟସର ନିଯୋଗ ମାସିକିଆ ଭତ୍ତା ବାବୁ ଜିନ୍ଦାବାଦ ସବୁ କରିବାକୁ ପଇସା କେଇଟା ପାଇଗଲେ।ଆଉ କେଇ ଜଣ ବେହିଆ ଉପରେ ଉଡୁଛନ୍ତି ଯେକି ଉପାୟ ନପାଇ ଡେପୁଟେସନ ଆଶ୍ରୟ ନେଇ ,ବର୍ଷ ବର୍ଷ ଧରି ବିଭାଗରେ ରହି ନିଜର ଆଲୋକ କରୁଥିବାର ଚର୍ଚ୍ଚା ଇତିହାସ ସୃଷ୍ଟି କରିଛି ।ତେବେ ପ୍ରମୁଖ ଆଉ କେତେକ ଅଞ୍ଚଳର ବିଭାଗ ପ୍ରତି ବିକଳ ହୋଇ,ବିଭାଗରେ ସ୍ତିର ରହିକି ଭିତରେ ଭିତରେ ଖେଳ କରନ୍ତି ଯେପରି ବଦଳିରେ ପାଳି ପଡ଼ିବନି।ତେବେ ବଦଳିରୁ ନିଜକୁ ସୁରକ୍ଷିତ ରଖିଥିବା ଦ୍ଵିତୀୟ ଶ୍ରେଣୀର ଅଫିସର ଜଣକ ବଦଳି ଆଢ଼ୁଅଳରୁ ନିଜକୁ ଦୂରେଇ ରଖି ନିକଟ ଜିଲ୍ଲାରେ ନିଜ ଗ୍ରାମରେ ଏକ କୋଠା ନିର୍ମାଣ କରିବା ସହ ଅନ୍ୟାନ୍ୟ ସମସ୍ତ ସୁବିଧା ହାତପହନ୍ତାରେ ଉପଲବ୍ଧ।ଆଉ ସେଭିତରୁ ଅଧିକାଂଶ ଖଣି ଜିଲ୍ଲାର ସଦର ମହକୁମା ବିଗ ବଜାର ନିକଟରେ ଆଖି ଦୃଷ୍ଟିଆ ବିରାଟକାୟ ପ୍ଲଟ କିଣି କରି ବିଲ୍ଡିଙ୍ଗ ପରେ ବିଲଡିଂ ବାଡେଇବାରେ ଲାଗି ପଡ଼ିଛନ୍ତି।ଯାହାର ଏକ ନିରପେକ୍ଷ ତଦନ୍ତ ସମସ୍ତ ଘୋଟାଲା ପଦାକୁ ଆଣିବା ସହ ବହୁ କାରନାମା ଖୁଲସା ହୋଇ ରୋକିବା ହେବ ବୋଲି ଖଣି ଅଞ୍ଚଳରେ ଆଲୋଚନା ସରଗରମ ହେଉଛି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ନର୍ଲା ଓକିଲ ସଂଘ ର ନିର୍ବାଚନ 

masiha

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

Sunil Chandra Nayak

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!