ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଅନୁଷ୍ଠିତ ହେଲା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ବାଲେଶ୍ଵର,୩୧/୧୦/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅଲଓସ୍ତାର ସଭାପତି ପ୍ରଫୁଲ୍ଲ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଗଦାଧର ଦାସ ଯୋଗଦେଇ ଅବସର ନେଉଥିବା କମଳାକାନ୍ତ ଦଳାଇଙ୍କ ଶିକ୍ଷକ ଜୀବନର ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ବୃତ୍ତିକୁ ବ୍ରତ ଭାବେ ଗ୍ରହଣ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିବା ସଫଳ ଶିକ୍ଷକ ହେଉଛନ୍ତି କମଳାକାନ୍ତ ଦଳାଇ ବୋଲି ଔପଦା ବିଇଓ ନାରାୟଣ ଦାସ ବକ୍ତବ୍ଯରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ଗୌରାଙ୍ଗ ମହାପାତ୍ର, ହେମନ୍ତ କୁମାର ମିଶ୍ର, ସିଆରସିସି ବିପିନ ବିହାରୀ ଦାସ, ରାଜ୍ୟ ଅଲଓସ୍ତା ଉପସଭାପତି ବିଜୟ ଦ୍ବିବେଦୀ, ଅଲଓସ୍ତା ସମ୍ପାଦକ ଶଙ୍କର୍ଷଣ ଜେନା, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଚିତ୍ତରଞ୍ଜନ ମହାପାତ୍ର, ଏନ.ପି.ଏସ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଓ ସମ୍ପାଦକ ଉଦୟ ନାରାୟଣ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୁସୂୟା ଭୂୟାଁ, ଶିକ୍ଷକ ମାୟାଧର ଦାସ ଓ ଆଲୁମିନ୍ ସଭାପତି ପ୍ରଫୁଲ୍ଲ କୁମାର ଖଣ୍ଡା ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ କମଳାକାନ୍ତ ଦଳାଇଙ୍କର ବହୁମୁଖୀ ପ୍ରତିଭା ବିଷୟରେ ଆଲୋଚନା କରିବା ସହିତ ଶିକ୍ଷା ବିଭାଗ ଜଣେ ଦକ୍ଷ ଶିକ୍ଷକଙ୍କୁ ଅବସର ଦେଲା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶ୍ରୀ ଦଳାଇଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ବୁଦ୍ଧିରାମ ପଣ୍ଡା, ଅନୀତା ନାୟକ, ଅରୁନ୍ଧତୀ ନାୟକ, ଅଲିଭା ଦୀପାଳୀ ଜେନା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉଦଘାଟିତ ହେଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଖଇରା ମଣ୍ଡଳ କାର୍ଯ୍ୟାଳୟ

masiha

୧- ଭାର ସାମ୍ୟ ହରାଇ ୧୦ଫୁଟ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଚାଳକ ସହ ହେଲପର , ୨- ଆଇନ ସଚେତନତା ଶିବିର ଅନୁଷ୍ଠିତ 

masiha

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!