ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ ଗୃହ ରେ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା ଏହାର ନିରାକରଣ (PoSH Act, 2013) ଉପରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ମାନ୍ୟବର ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ଦେୱାନି ଜଜ୍ ଶ୍ରୀ ବିଶ୍ବ ବିସୃତ କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାଶ, ସ୍ଥାନୀୟ ତହସିଲଦାର ଶ୍ରୀ ସଞ୍ଜୟ କୁମାର ସମନ୍ତରାୟ , ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର କୁମାର ମୁନି, ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ ପ୍ରମୁଖ କର୍ମକ୍ଷେତ୍ରରେ ମହିଳା କର୍ମଜୀବି ଯୌନ ନିର୍ଯାତନା ନିବାରଣ ଆଇନ୍ ୨୦୧୩ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ତାଲୁକ୍ ଆଇନ୍ ସେବା ସମିତି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଶ୍ରୀ ପ୍ରଧାନ ଉପସ୍ଥିତ ମହିଳା ମାନଙ୍କୁ କାର୍ଯ୍ୟାଳୟରେ ଯଦି ନିଜ ସହକର୍ମୀ, ଅଧିକାରୀ କିମ୍ବା ଅନ୍ୟ କର୍ମକର୍ତା ମାନଙ୍କଦ୍ୱାରା ଅତ୍ୟାଚାର ର ସମୁଖୀନ ହେଉଥିଲେ ନିଜକୁ ଦୁର୍ବଳା ଅବଳା ନ ମଣି ସ୍ଵର ଉତ୍ତୋଳନ କରିବା ପାଇଁ ଆହ୍ଵାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅଞ୍ଚଳର ସରକାରୀ କାର୍ଯ୍ୟାଳୟ କର୍ମକର୍ତ୍ତା ଓ ମହିଳା ମାନେ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦାବ୍ରି ଗୁଡାକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

masiha

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

Sunil Chandra Nayak

ଡାବୁଗାଁରେ ନୂତନ ବନାଞ୍ଚଳ ଅଧକାରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!