ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

ଢେଙ୍କାନାଳ (ମନିସ )1/11/23 // ସାରା ଦେଶରେ ଗତ 30ତାରିଖ ଠାରୁ ଆସନ୍ତା 5ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିରାକରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବସରରେ ଆଜି ଛାତ୍ରଛାତ୍ରୀ ଓ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ୱାରା ଏକ ରାଲି କୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଜିଲ୍ଲା କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l ଏହି ରାଲି ସଚେତନତାର ବାର୍ତ୍ତା ପ୍ରଚାର କରି ବାଜି ଚୌକ ପର୍ଯ୍ୟନ୍ତ ଯାଇ ପୁଣି ଜିଲ୍ଲା କାର୍ଯ୍ୟାଳୟ କୁ ଫେରିଥିଲେ l ଯଦି କୌଣସି ସରକାରୀ କର୍ମଚାରୀ ଦୁର୍ନୀତି ରେ ଲିପ୍ତ ଥିବେ କିମ୍ବା ଲାଞ୍ଚ ନେଉଥିବେ ତେବେ ଟୋଲ ଫ୍ରି ନମ୍ବର 1064 କିମ୍ବା 06762-286695 ଏହି ନମ୍ବରରେ ଯୋଗାଯୋଗ କରି ଜଣାଇବେ l 

          ଏହି ରାଲି ଶୁଭାରମ୍ଭ ସମୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ଶ୍ରୀ ଲଳିତ ମୋହନ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ, ଭିଜିଲାନ୍ସ ଡି. ଏସ. ପି ଢେଙ୍କାନାଳ ଶ୍ରୀମତୀ ଅନସୂୟା ସେନାପତି, ଭିଜିଲାନ୍ସ ଇନସିପେକ୍ଟର, କଟକ ଶ୍ରୀ ସୌମ୍ୟକାନ୍ତ ପଣ୍ଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

     ଏହି ଅବସରରେ ଗଣେଶ ବଜ଼ାର ଠାରେ “ଇଶୋ ” ଅନୁଷ୍ଠାନ ଦ୍ୱାରା ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଟ୍ରକ କୁ ଧକ୍କା ଦେଲା ପିକ-ଅପ ଡ୍ରାଇଭର ଆହତ

masiha

ବିଜେପି ପକ୍ଷରୁ ବୁଦ୍ଧିଜୀବୀ ଓ ବୃତ୍ତିଧାରୀ ସମ୍ମିଳନୀ 

Sunil Chandra Nayak

ଆଦର୍ଶ ପାଠାଗାରର ମହାବିଷୁବ ମିଳନ ଆସନ୍ତା ୧୪ ରେ ……

Sunil Chandra Nayak

Leave a Comment

error: Content is protected !!