ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମି ପଟ୍ଟାରୁ ଜମି ଗାଏବ, ୪୫ ଡିସିମିଲ ରୁ ହେଇଗଲା ୫

ଜମି ପଟ୍ଟାରୁ ଜମି ଗାଏବ, ୪୫ ଡିସିମିଲ ରୁ ହେଇଗଲା ୫,

 ଆବେଦନର ଅନେକ ବର୍ଷ ପରେ ମଧ୍ୟ ହୋଇ ପାରୁନାହିଁ ଜମି ଡିମାରକେସନ, 
ଜିଲ୍ଲାପାଳ ଠାରୁ ତହସିଲଦାର କେହି ମଧ୍ୟ ଶୁଣୁ ନାହାନ୍ତି ସାଧୁରାମ ମାଝୀଙ୍କ କଥା

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠି ଜମି ପଟ୍ଟା ରୁ ଜମି ଗାଏବ ହୋଇଯାଇଛି । ଆଗରୁ ଜମିଥିଲା ୪୫ ଡ଼ିସିମିଲ କିନ୍ତୁ ବର୍ତ୍ତମାନ ଅଛି ୫ ଡ଼ିସିମିଲ ଜାଗା । 

ଅନ୍ୟ ପକ୍ଷରେ ଆବେଦନରର ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ଜମିର ଡିମାରକେସନ ହୋଇପାରୁନାହିଁ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ତହସିଲଦାର ମଧ୍ୟ ଜଣାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନ ନେବା ଘଟଣା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି ହୋଇଛି । 

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଅଭିଯୋଗ ଅନୁଯାୟୀ ଜୁନାଗଡ଼ ତହସିଲ ଅଧୀନରେ ଥିବା ଭଇଁରିଗୁଡା ଗ୍ରାମର ସାଧୁରାମ ମାଝୀଙ୍କ ୪୫ ଡ଼ିସିମିଲ ପୈତୃକ ଜାଗା ଥିଲା । ଏହି ଖାତା ନଂ ୪୬୫,ପ୍ଲଟନଂ ୧୧୨୫ରୁ ୪୫ ଡିସିମିଲ ଘରବାରି ଥିବା ଜାଗା ରୁ ବର୍ତ୍ତମାନ ୪୦ ଡିସିମିଲ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ତାଙ୍କ ଚାଷ ଜମିରୁ ପ୍ରାୟ ୮ ଏକର ଜମି ଖାତା ନଂ ୩୮୧, ୩୮,୨୦, ୫୩, ୬୪, ୪୭୨ କୁ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି ସାଧୁରାମ ମାଝୀ । ନିଜ ପୈତୃକ ସମ୍ପତ୍ତିକୁ ଫେରି ପାଇବା ପାଇଁ ଅନେକ ଥର ଜିଲ୍ଲାପାଳ ଙ୍କ ଠାରୁ ତହସିଲଦାରଙ୍କୁ ଲିଖିତ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏ ନେଇ ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି । ଏନେଇ ତହସିଲଦାର ସୁର୍ମୀ ସୋରେନଙ୍କୁ ପଚରିବାରୁ କହିଥିଲେ ଯେ, ମୁଁ ନୂଆ ଆସିଛି, କଣ ହୋଇଛି ଆସନ୍ତା କାଲି ଦେଖିବି ବୋଲି କହିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ତିର୍ତ୍ତୋଲ ବ୍ଲକରେ ଯୁଗ୍ମ ଜନଶୁଣାଣୀ ଶିବିର , ଆବାସ ଯୋଜନା ଗୃହ ପାଇଁ ଅଭିଯୋଗକାରୀଙ୍କ ସଂଖ୍ୟା ସର୍ବାଧିକ

Sunil Chandra Nayak

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗୁଡ଼ ସାମା ରିଟେନ୍ ପୁରସ୍କୃତ

Sunil Chandra Nayak

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା

masiha

Leave a Comment

error: Content is protected !!