ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ତହସିଲରେ ନୂତନ ତହସିଲଦାର 

ବନ୍ଧୁଗାଁ ତହସିଲରେ ନୂତନ ତହସିଲଦାର 

ବନ୍ଧୁଗାଁ ତା ୧/୧୧/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଶ୍ରୀମତୀ ସୋନାଲି ପାତ୍ର ତହସିଲଦାର କାର୍ଯ୍ୟରେ ଯୋଗ ଦେଇଛନ୍ତି ।ଏହା ପୂର୍ବରୁ ସେ ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକର ତହସିଲରେ ତହସିଲଦାର ଭାବେ କର୍ଯ୍ୟକରୁ ଥିଲେ। ସେ ବନ୍ଧୁଗାଁ ତହସିଲରେ ଗତ ଶୁକ୍ରବାର ଦିନ ଜଏନ କରି ଫେରି ଯାଇଥିଲେ। ଆଜି ନିଜ କାର୍ଯ୍ୟରେ ଯୋଗ ଦେବା ପରେ ବନ୍ଧୁଗାଁ ବ୍ଲକର ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ସହଯୋଗରେ ଅନେକ ପ୍ରକାର ଜମୀଜମା ସମସ୍ୟା ଉପରେ କାର୍ଯ୍ୟ କରିବା ସହିତ ସ୍କୁଲ କଲେଜ ପାଠ ପଢା ଛାତ୍ରଛାତ୍ରୀଙ୍କୁ ଜାତି ଗତ ପ୍ରମାଣ ପତ୍ର ଯୋଗାଇ ଦେବାକୁ ଗୁରୁତ୍ଵ ଦେବାକୁ ସେ ଆମ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଜଣାଇଛନ୍ତି। ନୂତନ ଭାବେ କାର୍ଯ୍ୟରେ ଯୋଗ ଦେବା ଯୋଗୁଁ ଆମ ବନ୍ଧୁଗାଁ ବ୍ଲକର ଅନେକ ବୁଦ୍ଧିଜୀବୀ, ରାଜନୈତିକ ନେତା ଓ ଜନସାଧାରଣ ଶ୍ରୀମତୀ ସୋନାଲି ପାତ୍ର ତହସିଲଦାର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଡ଼ଃ ବିଆର ଆମ୍ବେଦକର କ୍ଳବର ସାଧାରଣ ସଭା ସାମାଜିକ ସ୍ୱାଧୀନତା ବିନା ରାଜନୈତିକ ସ୍ୱାଧୀନତାର କୌଣସି ଅର୍ଥ ନାହିଁ

Sunil Chandra Nayak

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

ବିଧାନସଭାରେ ନର୍ଲା ବିଧାୟକଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର

Sunil Chandra Nayak

Leave a Comment

error: Content is protected !!