ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇଘର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

ରାଇଘର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ 

ରାଇଘର ୩/୧୧(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଗ୍ରାମକୁ ସଶକ୍ତିକରଣ କରିବାର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ବିଜୁ କେବିକେ ଉପଦେଷ୍ଟା ସୁକଦେବ ଗଣ୍ଡ , ବ୍ଲକ ଅଧ୍ୟକ୍ଷା ନବୀନା ନାୟକ , ଉପାଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର , ସ୍ଥାନୀୟ ବିଡିଓ ଲକ୍ଷ୍ମୀସାଗର ମାଝୀ ପ୍ରମୂଖ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମକୁ ସ୍ଥାନୀୟ ଏବିଡିଓ ବିଜୟ କୁମାର ସେଠୀ ସଭାପତିତ୍ୱ କରିଥିଲେ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା, ନବୀନ ଓଡ଼ିଶାର ଯାଜନାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ ଗ୍ରାମାଭିମୁଖ୍ ଯୋଜନା ଆମ “ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ ସମସ୍ତ ପଞ୍ଚାୟତକୁ ସୁଦୃଢ କରି ଗଢିତୋଳିବା ଏହାର ମୂଳ ଲକ୍ଷ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମି ର ଉନ୍ନତି ପ୍ରତି ଗାଆଁ ର ବିକାଶ ର ଶିଖର ରେ ପହଞ୍ଚାଇବା ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିକୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା କୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ।୫ ଟି ତଥା ନବୀନ ଓଡ଼ିଶାର ଅଧ୍ଯକ୍ଷ ଭି କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ନବରଙ୍ଗପୁର ଜିଲ୍ଲା ର ସମସ୍ତ ପଞ୍ଚାୟତ ପାଇଁ ୫୦ ଲକ୍ଷ ଟଙ୍କା ସରକାରଙ୍କ ଦ୍ବାରା ଦିଆଯାଇଛି ବୋଲି କହିଥିଲେ I ନବରଙ୍ଗପୁର ଜିଲ୍ଲାରେ ସମୁଦାୟ ୧୮୯ ଟି ପଞ୍ଚାୟତ ଥ‌ିବାବେଳେ ରାଇଘର ବ୍ଲକ ର ୨୬ ଗୋଟି ପଂଚାୟତ ପାଇଁ ମୋଟ ୯୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

Sunil Chandra Nayak

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

Leave a Comment

error: Content is protected !!