ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

ଚିଲିଗୁଡା ତା ୮/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଧାନ ମଣ୍ଡି ପ୍ରାଙ୍ଗଣରେ ସଂଯୁକ୍ତା କିଷାନ ମୋର୍ଚାର ଆନୁକୂଲ୍ୟରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା ।ଏହି ସମାବେଶରେ ଦାସୀ ଗାଁ ଯୋନ ର ସମସ୍ତ ଚାଷୀ ମାନେ ଉପସ୍ଥିତ ରହି ଥିଲେ ।ଏଥିରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସଂଯୁକ୍ତ କିଷାନ ମୋର୍ଚାର ଆବାହକ ନିରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୃଷକ ନେତା ଗୋପୀନାଥ ଶବର ସଭାପତିତ୍ୱ କରିଥିଲେ ।ଏଥିରେ କୃଷିଜୀବୀ କଲ୍ୟାଣ ସଂଘ ,କଳାହାଣ୍ଡି ଜିଲ୍ଲାର ସଭାପତି ଲାକ୍ସ ମନ ରଣବିର ,ସମାଜସେବୀ ବିଶ୍ୱନାଥ କର ,ରମେଶ ନ।ଏକ ସୁନୀଲ କୁମାର ମେହେର ,ଲକ୍ସ ମନ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।ଆସନ୍ତା ରବି ଚାଷ ସମୟରେ କେନାଲରେ ପାଣି ଛଡ଼ା ଯିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ସଭାରେ ଆଲୋଚନା ହୋଇଥିଲା ।ଏପରିକି କୃଷି ବୀମା ପ୍ରଦାନ ଦିଗରେ ମଧ୍ୟ ବିଭାଗ ଦୃଷ୍ଟି ଦେବାକୁ ଚାଷୀମାନେ ଅଭିଯୋଗ ଆଣିଥିଲେ । ଏହି ଚାଷୀ ସମାବେଶ ରେ ଚାଷୀ ଲବ ମାଝି ,କୁଶ ମାଝି ,ବାଲ୍ମୀକି ନ।ଏକ ,ଦିଲୀପ ମେହେର ,ବିଦ୍ୟାଧର ମେହେର ,ପ୍ରେମଲାଲ ବିଶି ,କମଳ ଶବର ,ଈଶ୍ୱରୀ ମେହେର ,ସୁନୀଲ ମେହେର ,ଘାସି ରାମ ମେହେର ,ସତ୍ୟ ନାରାୟଣ ମେହେର ତଥା ଅନେକ ଚାଷୀ ମାନେ ଏହି ସମାବେଶରେ ଯୋଗ ଦେଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

ଧର୍ମଗଡ଼ ରେ ବିଶ୍ୱ ପରିବେଶ ଦିବସ ପାଳିତ

ଦୁର୍ଗମ ଅଂଚଳ ମାଣିକପୁର ପଞ୍ଚାୟତରେ ବିକାଶ ରଥ ଗଡିଲା

masiha

Leave a Comment

error: Content is protected !!