ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

ବଣିଜରାରେ ସଂଯୁକ୍ତ କିଷାନ ମୋର୍ଚାର ବିରାଟ ଚାଷୀ ସମାବେଶ ,ରବି ଚାଷ ପାଇଁ କେନାଲ ରେ ପାଣି ଛାଡ଼ିବା ପାଇଁ କଲେ ଆହ୍ୱାନ 

ଚିଲିଗୁଡା ତା ୮/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଧାନ ମଣ୍ଡି ପ୍ରାଙ୍ଗଣରେ ସଂଯୁକ୍ତା କିଷାନ ମୋର୍ଚାର ଆନୁକୂଲ୍ୟରେ ଏକ ବିରାଟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା ।ଏହି ସମାବେଶରେ ଦାସୀ ଗାଁ ଯୋନ ର ସମସ୍ତ ଚାଷୀ ମାନେ ଉପସ୍ଥିତ ରହି ଥିଲେ ।ଏଥିରେ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ସଂଯୁକ୍ତ କିଷାନ ମୋର୍ଚାର ଆବାହକ ନିରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୃଷକ ନେତା ଗୋପୀନାଥ ଶବର ସଭାପତିତ୍ୱ କରିଥିଲେ ।ଏଥିରେ କୃଷିଜୀବୀ କଲ୍ୟାଣ ସଂଘ ,କଳାହାଣ୍ଡି ଜିଲ୍ଲାର ସଭାପତି ଲାକ୍ସ ମନ ରଣବିର ,ସମାଜସେବୀ ବିଶ୍ୱନାଥ କର ,ରମେଶ ନ।ଏକ ସୁନୀଲ କୁମାର ମେହେର ,ଲକ୍ସ ମନ ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।ଆସନ୍ତା ରବି ଚାଷ ସମୟରେ କେନାଲରେ ପାଣି ଛଡ଼ା ଯିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରାଇବା ପାଇଁ ସଭାରେ ଆଲୋଚନା ହୋଇଥିଲା ।ଏପରିକି କୃଷି ବୀମା ପ୍ରଦାନ ଦିଗରେ ମଧ୍ୟ ବିଭାଗ ଦୃଷ୍ଟି ଦେବାକୁ ଚାଷୀମାନେ ଅଭିଯୋଗ ଆଣିଥିଲେ । ଏହି ଚାଷୀ ସମାବେଶ ରେ ଚାଷୀ ଲବ ମାଝି ,କୁଶ ମାଝି ,ବାଲ୍ମୀକି ନ।ଏକ ,ଦିଲୀପ ମେହେର ,ବିଦ୍ୟାଧର ମେହେର ,ପ୍ରେମଲାଲ ବିଶି ,କମଳ ଶବର ,ଈଶ୍ୱରୀ ମେହେର ,ସୁନୀଲ ମେହେର ,ଘାସି ରାମ ମେହେର ,ସତ୍ୟ ନାରାୟଣ ମେହେର ତଥା ଅନେକ ଚାଷୀ ମାନେ ଏହି ସମାବେଶରେ ଯୋଗ ଦେଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

ପଂଚାୟତ ସରକାରୀ ହାଇସ୍କୁଲ ରେ ଜାତୀୟ ଗଣିତ ଦିବସ ପାଳିତ

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!