ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

ବଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଜାବ ଏଣ୍ଡ ସିନ୍ଦ୍ ବ୍ୟାଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

 ମୟୂରଭଞ୍ଜ – ୮/୧୧ ( ମସିହା)ଗ୍ରାମୀଣ ପ୍ରଗତି ତଥା ଦେଶର ପ୍ରଗତିରେ ବ୍ୟାଙ୍କ ର ଭୂମିକା ଅନନ୍ୟ । ଯେଉଁ ଦେଶର ବ୍ୟାଙ୍କ ବ୍ୟବସ୍ଥା ସୁଦୃଢ଼ ସେ ଦେଶର ପ୍ରଗତି ଓ ବିକାଶ ସେତେ ସୁଦୃଢ । ପ୍ରତ୍ୟେକ ନାଗରିକ ବ୍ୟାଙ୍କ ସହ ଯୋଡ଼ି ହୋଇ ବ୍ୟାଙ୍କ ତରଫରୁ ସାହାଯ୍ୟ ନେଇ ନିଜର ଆର୍ଥିକ ବୃଦ୍ଧି କରିବା ଉଚିତ । ସରକାର ଏବେ ଵ୍ଯାଙ୍କକୁ କେବଳ ସହର ଏବଂ ବ୍ଳକ ସଦର ଛାଡି ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲି ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ତତ୍ପର ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଦେଶର କୋଣସି ନାଗରିକ ଯେଭଳି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେବାରୁ ବଂଚିତ ନ ହୁଅନ୍ତି ସେଥିପାଇଁ ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଵଣକାଟି ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପଞ୍ଜାବ ଏଣ୍ଡ ସିନ୍ଦ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଜେନେରାଲ ମେନେଜର ଶ୍ରୀ ଗଜରାଜ ଦେବୀ ସିଂ ଠାକୁରଙ୍କ ଆଭାଷୀ ମାଧ୍ୟମରେ ଆଜି ଶୁଭ ଉଦ୍ଘାଟିତ ହୋଇଯାଇଛି । ଆଭାଷୀ ସମୟରେ ଜୋନାଲ ମେନେଜର ଶ୍ରୀନିବାସ ଏବଂ ଵିଜାତଳା ବ୍ଳକର ବିଡ଼ିଓ ଶ୍ରୀ ବଂଶୀଧର ଖୋସଲା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପୂଜକ ପୂଜାର୍ଚ୍ଚନା କରିଥିଲେ । ପରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦେଲ୍ହା( Delha Baskey) ବାସ୍କେ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଉଦ୍ଘାଟନ ସମୟରେ ପଞ୍ଜାବ ଏଣ୍ଡ ସିନ୍ଦ ବ୍ୟାଙ୍କର ମେନେଜର ବୀର ବିକ୍ରମ ହେମ୍ବ୍ରମ,ଅନ୍ୟ ଜଣେ ଅଫିସର ବାସନ୍ତୀ ହାଁସଦା,ବ୍ଳକର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ମହାନନ୍ଦିଆ,ପଞ୍ଚାୟତ ନିର୍ବାହୀ ଅଧିକାରୀଣୀ ପୁଷ୍ପାଞ୍ଜଳି ରାଉତ, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ,ଆଖପାଖ ଅଞ୍ଚଳର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ ମେନେଜର କହିଥିଲେ ବଣକାଟୀ ଠାରୁ ବ୍ୟାଙ୍କ ଗୁଡିକ ବହୁ ଦୂରରେ । ତେଣୁ ଅଂଚଳବାସୀଙ୍କ ସ୍ବାର୍ଥ କୁ ରଖି ନିକଟରେ ବ୍ୟାଙ୍କ ସେବା ଲୋକେ ପାଇଁ ପାରିବେ ।ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ୟାଙ୍କସେବା ଯେମିତି ପଞ୍ଚାୟତ ବାସୀ ସୁବିଧାରେ ପାଇ ପାରିଵେ ସେଥିପାଇଁ ପ୍ରତି ପଞ୍ଚାୟତରେ ଯେମିତି ଶିଘ୍ର ବ୍ୟାଙ୍କ ଖୋଲିବା ସେଥିପାଇଁ ତତ୍ପର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଠାରେ ବ୍ୟାଙ୍କ ବୁଧବାର ଦିନ ପୂର୍ବାହ୍ନରେ ଖୋଲାଯାଇଛି ।ଅଂଚଳବାସୀ ବ୍ୟାଙ୍କ ଆସି ଆକାଉଣ୍ଟ ଖୋଲିବା ସହ ସମସ୍ତ ବ୍ୟାଙ୍କର ବ୍ୟବସ୍ଥା ପ୍ରତି ସଚେତନ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ । ବ୍ୟାଙ୍କ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ଓ ତ୍ଵରିତ ସେବା ଯୋଗାଇବାକୁ ପ୍ରଚେଷ୍ଟା କରିବ ।ଶେଷରେ ସେ ଅଂଚଳବାସୀଙ୍କର ସହଯୋଗ କାମନା କରିଥିଲେ । ସମସ୍ତେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସଫଳ କରାଇଥିବାରୁ ଶ୍ରୀମତୀ ବାସନ୍ତୀ ହାଁସଦା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଲକ୍ ମିଶନ ଶକ୍ତି ଗୃହ ରେ ରାଇରଙ୍ଗପୁର ଉପଖଣ୍ଡ ସ୍ତରୀୟ ମୟୂରଭଞ୍ଜ କାର୍ଯ୍ଯ ନିର୍ବାହୀ ସଂଘ ଗଠିତ 

masiha

ଆଇନ ସେବା ପ୍ରାଧିକରଣ ଓ ସଂସ୍କୃତି ସହାୟତାରେ ଆୟୋଜିତ ଶିଶୁ ଓ ମହିଳାମାନଙ୍କ ଆଇନ ସଚେତନତା ଶିବିର

masiha

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

Leave a Comment

error: Content is protected !!