ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

 ତେନ୍ତୁଳିଖୁଣ୍ଟି ୦୯/୧୧/୨୩ //  ନବରଙ୍ଗ ପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବନ ବିଭାଗ ବନ ସୁରକ୍ଷା କମିଟି କୁ ପ୍ରୋତ୍ସାହିତ କରିବା ପାଇଁ ଅଭିନବ ଉପାୟ ଆପଣେଇଛନ୍ତି। ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ର ମେରାକାନି ଅଞ୍ଚଳ ରେ ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମ ର ତିରିଶ ପରିବାର ପ୍ରତିବଦ୍ଧ ହୋଇଛନ୍ତି। ସେହି ଅଞ୍ଚଳରେ ବନ ବିଭାଗ କୁ ଗ୍ରାମ ରୁ ସହଯୋଗ ମିଳୁ ନ ଥିଲା । ଏଣୁ ଆଜି ସେହି ମେରାକାନି ଗ୍ରାମବାସୀ ଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଏକ ଲକ୍ଷ 59 ହଜାର ଟଙ୍କା ର ଟେଣ୍ଟ ହାଉସ ସାମଗ୍ରୀ ପ୍ରଦାନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ରେଞ୍ଜର ଗୋପୀନାଥ ସାହୁ, ଫରେଷ୍ଟର ଅମିତ କୁମାର ଦାସ ,ଗୌଡ଼ ଦେଓପାଲି ସମିତି ସଭ୍ୟ ସୁଧୀର ଖୁରା ଯୁବ ନେତା ମଣ୍ଟୁ ଭତ୍ରା ପ୍ରମୁଖ ମଞ୍ଚାସୀନ ଥିଲେ। ଫରେଷ୍ଟ ଗାର୍ଡ ରିତେଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ କାର୍ଯ୍ୟକ୍ରମ ରେ ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ ଓ ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ଉପସ୍ଥିତ ଥିଲେ ମଧ୍ୟ ମଞ୍ଚ ରେ ବସିବାକୁ ସୁଯୋଗ ଦିଆଯାଇ ନଥିଲା। ସମିତି ସଭ୍ୟା ମଧୁସ୍ମିତା ନିଜ ବକ୍ତବ୍ୟ ରେ ବନ ବିଭାଗ ବୃକ୍ଷ ରୋପଣ ରେ ପରିବେଶ ପାଇଁ ଭଲ ବୃକ୍ଷ ସହ ଯେଉଁ ବୃକ୍ଷର ଫଳ କୁ ବଜାର ରେ ବିକ୍ରି କରି ଜଙ୍ଗଲ ସୁରକ୍ଷା କରୁଥିବା ପରିବାର ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇ ପାରିବେ ସେଭଳି ବୃକ୍ଷ ରୋପଣ ପାଇଁ ଗୁରୁତ୍ୱ ଦେବା ଉଚିତ। ବନ ବିଭାଗ ଏଭଳି ବନ ସୁରକ୍ଷା କମିଟି ଗୁଡିକୁ ଆତ୍ମନିର୍ଭରଶୀଳ ହେବାକୁ ରାସ୍ତା ଦେଖାଇଲେ ଜଙ୍ଗଲ ସୁରକ୍ଷିତ ହାତରେ ବୋଲି ନିଶ୍ଚିତ ହୋଇପାରିବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ସମାରୋହ

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ବୃଦ୍ଧା ଙ୍କୁ ଆଇନ ସହାୟତା

Sunil Chandra Nayak

କାଳୁ ବୃଷଭ ର ମୃତ୍ୟୁ :ଦୁଇଦିନ ଆତଙ୍କ ଖେଳାଇ ଦେଇଥିଲା

Sunil Chandra Nayak

Leave a Comment

error: Content is protected !!