ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଆଇନ ସେବା ଦିବସ ପାଳିତ

ଜାତୀୟ ଆଇନ ସେବା ଦିବସ ପାଳିତ

ଜୁନାଗଡ଼,୯/୧୧(ମ ନି ସ)ଜୁନାଗଡ଼ ନିକଟ ମାଟିଗାଁ ପଞ୍ଚାୟତ ପରିସର ମଧ୍ୟରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।ତାଲୁକ ଆଇନ ସେବା ପ୍ରାଧିକାରଣ ଅଧକ୍ଷ୍ୟା ତଥା ଜୁନାଗଡ଼ ସିଭିଲ ଜଜ ଜୁନିଅର ଡିଭିଜନ ସୀଙ୍କୁନ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜୁନାଗଡ଼ ଓକିଲ ସଂଘ ସଭାପତି ଅଶୋକ ପାତ୍ର ,ବ୍ଲକ ଆଇନ ପରାମର୍ଶ ଦାତା ରମେଶ ନାଏକ, ସରକାରୀ ଓକିଲ ଦିଗାମ୍ବର ନାଏକପ୍ରମୁଖ ଯୋଗଦେଇ ସାଧାରଣ ଲୋକ କିପରି ଅତି ସହଜରେ ଆଇନ ସେବା ପାଇପାରିବେ, ବିଶେଷ କରି ଦଳିତ ଅନୁସୂଚିତ ଜାତି ,ଜନଜାତି, ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ କିପରି ନିଶୁଳ୍କ ଭାବେ ଏହି ପ୍ରାଧିକାରଣର ସହାୟତା ନେଇ ଆଇନ ସେବା ପାଇପାରିବେ ସେଥିନେଇ ସମସ୍ତଙ୍କୁ ଅବଗତ କରିଥିଲେ।ଏହି ସେବାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ଦିପେନ ସାହୁ, ଧନେଶ୍ୱର ନାଏକ, ଅନନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରକାରୀ ଓକିଲ ଦିଗାମ୍ବର ନାଏକ ,ଧନ୍ୟବାଦ ଦେଇଥିଲେ ଧନେଶ୍ୱର ନାଏକ।ଏଥିରେ ଅନେକ ମହିଳା, ଶିଶୁ ଓ ସ୍ଥାନୀୟ ଅଂଚଳବାସି ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର 

masiha

କାଳ ବୈଶାଖିରେ ନବରଙ୍ଗପୁର ଜିଲ୍ଲାରେ କୁଆ ପଥରବର୍ଷା

Sunil Chandra Nayak

Leave a Comment

error: Content is protected !!