ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

ମିଲେଟ ମିଶନ ଅଧୀନରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କୃତ ହେଲା ରାୟଗଡ ଜିଲ୍ଲା 

ରାୟଗଡ:-ତା.୦୯/୧୧- ରାୟଗଡା ଜିଲ୍ଲାରେ ମିଲେଟ ମିଶନ ଅଧୀନରେ ମାଣ୍ଡିଆ ଚାଷ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ଆଜି ରାୟଗଡା ଜିଲ୍ଲା ପୁରସ୍କୃତ ହୋଇଛି l ଜିଲ୍ଲାରେ ମାଣ୍ଡିଆ ଚାଷ ପାଇଁ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ପ୍ରତ୍ସାହିତ କରିବା, ଯନ୍ତ୍ରପାତି ଯୋଗାଇବା ସହିତ ଉତ୍ପଦାନ ବଢ଼ାଇବାରେ ସହାୟକ ହୋଇଥିବାରୁ ଆଜି ଆନ୍ତର୍ଜାତିକ ମିଲେଟ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ l ଏହି ପୁରସ୍କାରକୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଏବଂ ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ମନୋଜ କୁମାର ପ୍ରଧାନ ଗ୍ରହଣ କରିଥିଲେ l ଗତ ୨୦୨୧-୨୨ବର୍ଷରେ ୬୯୦୦ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୬୪୩୩.୧୨ହେକ୍ଟର ହାସଲ କରିଥିଲା ଓ ହେକ୍ଟରକୁ ୨୫କ୍ୱିଣ୍ଟାଲ ଉତ୍ପଦାନ କରାଯାଇଥିଲା l ସେହିପରି ୨୦୨୨-୨୩ ବର୍ଷରେ ୮୪୪୦ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟରୁ ୭୫୨୫.୧୦ହେକ୍ଟର କରାଯାଇଥିଲା ଏବଂ ହେକ୍ଟରକୁ ୨୭କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ କରାଯାଇଥିଲ l ଜିଲ୍ଲାରେ ଗତ ୨୦୨୧-୨୨ବର୍ଷରେ ୫୩୪୨୮.୯୬କ୍ୱିଣ୍ଟାଲ ମାଣ୍ଡିଆ ଆଦାୟ ହୋଇଥିଲା ବେଳେ ୨୦୨୨-୨୩ବର୍ଷରେ ୭୭୩୯୯.୫କ୍ୱିଣ୍ଟାଲ ମାଣ୍ଡିଆ ଆଦାୟ ହୋଇଥିଲା l ଏହାସହିତ ଏଥିରେ ଅଣ ମlଣ୍ଡିଆ ଚାଷ ମଧ୍ୟ୍ୟ କରାଯାଇଥିଲା l କୃଷି ବିଭାଗ ତରଫରୁ ଗତ ଦୁଇ ବର୍ଷ ମଧ୍ୟରେ ମାଣ୍ଡିଆ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପତି ଯୋଗାଇ ଦିଆଯାଇଛି l କୁଳି ଗ୍ରାମରେ ୨ଟନ କ୍ଷମତା ବିଶିଷ୍ଟ ବହୁମୁଖୀ ମିଲେଟ ପ୍ରକ୍ରିୟାକରଣ ୟୁନିଟ ବାସଯାଇଛି l

ମାଣ୍ଡିଆ ଜାତୀୟ ଖାଦ୍ୟ ବିଶେଷ ଭାବରେ ଚାହିଦା ବଢାଇବା ନିମନ୍ତେ ମିଲେଟ ଶକ୍ତି ଟିଫିନ ସେଣ୍ଟର ଗତ ୨୦୨୧-୨୨ବର୍ଷରେ ଜିଲ୍ଲାର ୧୪ଟି ସ୍ଥାନରେ ଖୋଲାଯାଇଛି l ଚଳିତ ବର୍ଷ ମାଣ୍ଡିଆ ଲଡ଼ୁ ଓ ଖିଚିଡି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ଏବଂ ଅନୁସୂଚିତ ଜନଜାତି, ଜାତି ବିଦ୍ୟାଳୟ ମାନଙ୍କରେ ଯୋଗାଇବା ନିମନ୍ତେ ଯୋଜନା କରାଯାଇଛି l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଥାଶିଳ୍ପୀ ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

କୁହୁରା ରୁ ସନ୍ଦିପଡ଼ା ରାସ୍ତା ଅତ୍ୟନ୍ତ ଶୋଚନୀୟ 

masiha

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!