ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

ନଭେମ୍ବର ୯ ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ଗଡିଆଯୋର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ସହକାରୀ ଦୌରା ଜଜ ଶ୍ରୀ ବିଶ୍ଵ ବିସୃତ କର , ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ପ୍ରଜ୍ଞା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ ଶ୍ରୀ ରାଜେଶ କୁମାର ଦାସ, ବରିଷ୍ଠ ଆଇନଜୀବି ଶ୍ରୀ ମିହିର ରଞ୍ଜନ ପଟ୍ଟଯୋଷୀ, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର କୁମାର ମୁନି, ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ୍, ସରପଞ୍ଚ ଶ୍ରୀ ଉଦିତ କୁମାର ନାଏକ, ନାଏବ ସରପଞ୍ଚ ଶ୍ରୀମତୀ ଦୟମତି ପାରୀ ପ୍ରମୁଖ ଉପସ୍ଥିତ ରହିvସମାଜର ଦୁର୍ବଳ ଶ୍ରେଣୀ ଙ୍କ ପାଇଁ ମାଗଣା ଆଇନ୍ ସେବା ବ୍ୟବସ୍ଥା ଉପରେ ଆଲୋକ ପାତ କରିଥିଲେ। ଶ୍ରୀମତୀ ସଂଯୁକ୍ତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ତାଲୁକ ଆଇନ ସେବା ସମିତି ର ସଂଯୋଜକ ଶ୍ରୀ ଉମାକାନ୍ତ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

“ଲୋକ କଳା ପାଇଁ ଦିନଟିଏ ” ନବରଙ୍ଗପୁର ଜିଲ୍ଲା “ବି ମାଲିଗୁଡ଼ା”ଗ୍ରାମରେ କଳାକାରମାନଙ୍କ ସମାବେଶ

masiha

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

Leave a Comment

error: Content is protected !!