ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ 

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ 

କନ୍ଧମାଳ:ତା,୧୦/୧୧:(ମନିସ): ରେଳ ମାନଚିତ୍ରରୁ କନ୍ଧମାଳ ଜିଲ୍ଲା ବାଦ୍ ପଡ଼ିବା ପ୍ରତିବାଦରେ ଶୁକ୍ରବାର ନଭେମ୍ବର ୧୦ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥି ନିମନ୍ତେ ପୂର୍ବରୁ ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ମଧ୍ୟ ଦିଆଯାଇଥିଲା । ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ତ୍ବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓରିଡଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ଯ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ବାଦ୍ ଦେବା ପ୍ରତିବାଦରେ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା ଓରିଡଲକୁ ଦାବିପତ୍ର ପ୍ରଦାନ କରିବା ସତ୍ତ୍ବେ କୌଣସି ଉତ୍ତର ନମିଳିବା କନ୍ଧମାଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ କହଁର ଅଭିଯୋଗ କରିବା ସହ ବାଧ୍ୟ ହୋଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଅନ୍ୟାନ୍ୟ ରାଜ୍ୟରେ ବହୁ ବଡ଼ ବଡ଼ ପାହାଡ଼ କାଟି ଟ୍ରେନ ଯାତାୟତ କରୁଥିବା ବେଳେ ସେହି ତୁଳନାରେ କନ୍ଧମାଳର ପାହାଡ଼ କିଛି ନୁହେଁ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାକୁ ରେଳ ଚଳାଚଳ ହେଲେ ଆର୍ଥିକ, ଗମନାଗମନ, ବାଣିଜ୍ୟ, ଲଘୁ ବନଜାତ ଦ୍ରବ୍ୟର ସୁଲଭ ବିକ୍ରି, ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ତତ୍ ସହିତ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ପ୍ରତିଟି କଥାର ବିକାଶ ଓ ସୁବିଧା ସୁଯୋଗ ହୋଇପାରିବ। ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳରେ ଅଧିକ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଗମନାଗମନର ଅସୁବିଧା ଯୋଗୁଁ ଧିରେଧିରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଟ୍ରେନ ସୁବିଧା ହେଲେ ଅନ୍ତଃରାଷ୍ଟ୍ରୀୟ ଏବଂ ଆନ୍ତଃରାଜ୍ୟ ପର୍ଯ୍ୟଟକ ଗମନାଗମନ ର ସୁବିଧା ପାଇଁ ପୁଣି କନ୍ଧମାଳ ପ୍ରତି ଆକୃଷ୍ଟ ହେବେ ବୋଲି କନ୍ଧମାଳ ବିକାଶ ପରିଷଦ ଦାବି କରିଛି l ଏହାକୁ ବାଲିଗୁଡା ରେ ବଜରଙ୍ଗ ଦଳ ପୂର୍ଣ୍ଣ ସମର୍ଥନ କରିବା ସହ ବିଭିନ୍ନ ସଙ୍ଗଠନ ସମର୍ଥନ କରି କନ୍ଧମାଳ ଜିଲ୍ଲା ସଦର ମହକୁମା ସମେତ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ.ନୂଆଗାଁ, ରାଇକିଆ, କୋଟଗଡ,ତୁମୁଡ଼ିବନ୍ଧ, ଦାରିଙ୍ଗବାଡି, ଟିକାବାଲି, ଘୁ.ଉଦୟଗିରି ଓ ଟିକାବାଲି ବ୍ଲକର ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ସ୍ବର୍ତ୍ତପୁର୍ତ୍ତ ଭାବେ ସମର୍ଥନ ଜଣାଇ ବନ୍ଦ ରଖିଥିଲେ । ଏଠାରୁ ବ୍ରହ୍ମପୁର,ଭୁବନେଶ୍ୱର, କଟକ, ବଲାଙ୍ଗୀର, ରାୟଗଡା ,କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ ଅଞ୍ଚଳ ଭଳି ବିଭିନ୍ନ ଅଞ୍ଚଳ ସମେତ ବାଲିଗୁଡା ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ରାସ୍ତାରେ ମଧ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଯାତ୍ରୀ ମାନେ ବସଷ୍ଟାଣ୍ଡରେ ଅଟକି ରହି ଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଟାଉନ ହଲ ନିର୍ମାଣ ନେଇ ଭୂମିପୂଜନ ଉତ୍ସବ, ବିଧାୟକ ଏବଂ ନଗରପାଳ ଦ୍ଵାରା ପୂଜା ଅର୍ଚ୍ଚନା

Sunil Chandra Nayak

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

କଳିଙ୍ଗ ସେନା ର 25ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ କସ୍ତୁରବା ନାରୀ ମହଲ ୟୁନିଟ -1 ଭୁବନେଶ୍ୱର ରେ ଅନୁଷ୍ଠିତ,ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ

Sunil Chandra Nayak

Leave a Comment

error: Content is protected !!