ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବାଇ ଗସ୍ତ ନେଇ ରାଇରଙ୍ଗପୁର ମିଶନ ଶକ୍ତି ସଂଘ ସଭାନେତ୍ରୀ ଲୀଳାବତୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ଦୁବାଇ ଗସ୍ତ ନେଇ ରାଇରଙ୍ଗପୁର ମିଶନ ଶକ୍ତି ସଂଘ ସଭାନେତ୍ରୀ ଲୀଳାବତୀଙ୍କୁ ବିପୁଳ ସମ୍ବର୍ଦ୍ଧନା

 ମୟୂରଭଞ୍ଜ -୧୧/୧୧ ( ମସିହା)ରାଇରଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ସଂଘ ସଭାନେତ୍ରୀ ଶ୍ରୀମତୀ ଲୀଳାବତୀ ମହାନ୍ତିଙ୍କୁ ରାଜ୍ୟ ମିଶନ ଶକ୍ତି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଵିଦେଶଯାତ୍ରା ଦୁବାଇ ଯିବାକୁ ମନୋନୀତ କରିଛନ୍ତି ।ବ୍ଳକ ପରିସରରେ ଶୁକ୍ରବାର ଦିନ ମାଣ୍ଡିଆ ଦିବସ ପାଳନ ଅନୁଷ୍ଠିତ ହୋଇଥିଲା । ସେଠାରେ ବ୍ଳକ ଲେଭେଲ ଫେଡେରେସନ ତରଫରୁ ଲୀଳାବତୀ ଙ୍କ ଦୁବାଇ ନେଇଗ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଂଜନ ହେମ୍ବ୍ରମ,ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,ସିଡିପିଓ କୋଇଲାମଣି ଟୁଡୁ,ବିପିଏମ ସ୍ବର୍ଣପ୍ରିୟା ସାହୁ , ମିଶନ ଶକ୍ତି ସଦସ୍ୟା, ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ଯାବୃନ୍ଦ ଲୀଳାବତୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଶ୍ରୀମତୀ ଲୀଳାବତୀ ତାଙ୍କ ପ୍ରତିକ୍ରିୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳାମାନଙ୍କ ସଶକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ସ୍ବରୂପ ଏହି ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଏବଂ ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟନଙ୍କୁ କୃତଜ୍ଞତା ଜଣାଇଥିଲେ ।ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସେ ଆହୁରି ଅଧିକ କାମ କରିବେ ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

masiha

ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଉଦଯାପିତ , ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

ଛାତ୍ରଛାତ୍ରୀଙ୍କୁ ପୋଷକ ବିତରଣ

Sunil Chandra Nayak

Leave a Comment

error: Content is protected !!