ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଆକ୍ରମଣରେ ମହିଳା ମୃତ

ଭାଲୁ ଆକ୍ରମଣରେ ମହିଳା ମୃତ

କୋକସରା,୧୧/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ପାତ୍ରବସା ଗ୍ରାମର ଜଣେ ମହିଳା ପାହାନ୍ତିଆ ସମୟରେ ନିଜ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ବେହେରନସିଲ୍ ଗାଁ କୁ ଚାଲି ଚାଲି ଯାଉଥିଲେ। ବରାଡଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ମହିଳାଙ୍କ ମୁଣ୍ଡରେ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ କରିବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ମାନେ କହିଛନ୍ତି । ମୃତ ମହିଳାଙ୍କ ନାଁ ଭବାନୀ ବାଗ (୩୩)ବୋଳି ଜଣାପଡିଛି।ସକାଳେ ସ୍ଥାନୀୟ ଲୋକମାନେ ଦେଖି ଆମପାଣି ବନ ବିଭାଗ ଓ ଆମପାଣି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଶବ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିଲେ। ଏନେଇ ଆମପାଣି ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ମୁତାବକ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି। ତେବେ ବିଗତ କିଛି ମାସ ତଳେ ଏହି ପଞ୍ଚାୟତର ତେତେଲପଡାର ଜଣେ ମଧ୍ୟ ଭାଲୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଏହି ଘଟଣାର ପୁଣି ପୁନରାବୃତ୍ତି ହୋଇଛି ।

ମସିହା ନିୟୁଜ ସର୍ଭିସ 

Related posts

ଚନ୍ଦ୍ରପୁର ରାସ୍ତା କାମରେ ହୋଇଥିବା ମହା ଘୋଟାଲାର ତଦନ୍ତ କଲେ ଲୋକାୟୁକ୍ତ

masiha

ଦୃଷ୍ଟିହୀନ ମହିଳା ଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଯୋଜନା ସାତସପନ 

Sunil Chandra Nayak

ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ମହାସଂଘ ଗଠିତ

masiha

Leave a Comment

error: Content is protected !!