ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

ଭବାନୀପାଟଣା:ମହାବୀର ମହୋତ୍ସବର ସର୍ବଶ୍ରେଷ୍ଠ ସମ୍ମାନ ଚଳିତ ବର୍ଷ କଳାହାଣ୍ଡିର ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରାଙ୍କୁ ପ୍ରଦାନ କରାଯିବ । ଶ୍ରୀବେହେରାଙ୍କୁ ଏହି ସମ୍ମାନ ଆସନ୍ତା ନଭେମ୍ବର ୧୪ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରଦାନ କରାଯିବ । ଜୟନ୍ତ ବେହେରା ଏକା ଧାରରେ ଜଣେ ସୁସାହିତ୍ୟିକ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ, ଶାରଳା ସମ୍ମାନରେ ସମ୍ମାନୀତ ହେବା ସହ ଓଡିଶାର ବହୁ ସାଂସ୍କୃତିକ ଅନୁଷ୍ଠା ତରଫରୁ ସମ୍ମାନୀତ ହୋଇଛନ୍ତି । ତାଙ୍କର ଉଦ୍ୟମରେ କଳାହାଣ୍ଡି ଘୁମୁରା ଏସିଏଡ୍‌, ରୁଷ, ଜାପାନ ଆଦି ଅନେକ ଦେଶ ଯାଇ କଳାହାଣ୍ଡିର ନାମକୁ ଗୌରବାନ୍ୱିତ କରିପାରିଛି । ସେ କଳାହାଣ୍ଡିର ବହୁ ଲୁକ୍‌କାୟିତ କଳା, ନାଚ, ଗୀତ କୁ ଲୋକ ଲୋଚନକୁ ଆଣି ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଶ୍ରୀ ବେହେରା, ଓଡିଶା ସାହିତ୍ୟ ଏକାଡେମୀ, ସଂଗୀତ ନାଟକ ଏକାଡେମୀ କାର୍ଯ୍ୟକରୀ କମିଟିର ସଦସ୍ୟ ସହ ବହୁ ଅନୁଷ୍ଠାନ ଉପଦେଷ୍ଠା ରହିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଫେବୃଆରୀ ୫ ରେ ଟାଟା ଷ୍ଟିଲ ରନ୍_ ଏ_ ଥନ୍ ଦୌଡ ପ୍ରତିଯୋଗୀତା

Sunil Chandra Nayak

ମମତା ମଞରୀ ଥପା କରୋନା ଯୋଦ୍ଧା ଭାବେ ସମ୍ମାନିତ

ଚାରି ବର୍ଷ ଅପେକ୍ଷା ପରେ ଆବାସ ଗୃହ ଯୋଜନାରେ କାର୍ଯ୍ୟାଦେଶ ମିଳିଲା କିନ୍ତୁ ନିର୍ମାଣ ସାମଗ୍ରୀ ଦର ଦେଖି ଚିନ୍ତାରେ ହିତାଧିକାରୀ  

masiha

Leave a Comment

error: Content is protected !!