ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

କୋକସରା,୧୦/୧୧ // ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଇଥିଲେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଂଚାୟତ କାଶିବାହଲ ଗାଁ ର ମାନସିଂ ପୋଢ (୫୫) । ତେବେ ବୁଧବାର ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସାଥି ଶ୍ରମିକଙ୍କ ଠାରୁ ଏହି ଦୁଃଖଦ ଖବର ମିଳିବା ପରେ ପରିବାର ଭାଙ୍ଗି ପଡିଥିଲେ। କାମ କରୁଥିବା ସଂସ୍ଥା ଏକ ଆମ୍ବୁଲାନ୍ସରେ ମାଧ୍ୟମରେ ଶ୍ରମିକର ଶବକୁ ପଠାଇବା ପରେ ଆଜି ଗାଁକୁ ପହଞ୍ଚିଛି । ଗତ ୩/୪ ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ୫ ଝିଅ ରହିଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ନିଃସହାୟ ହୋଇ ପଡିଛନ୍ତି । ଶୁକ୍ରବାର ସକାଳେ ଗାଁକୁ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା, ମୁମ୍ବାଇ ଠାରେ ଚିକିତ୍ସା ପାଇଁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ 

masiha

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଡାବୁଗାଁ ବ୍ଲକର ୩୩ ଜଣ ଗଣଶିକ୍ଷକ ନିୟମିତ ହେଲେ 

masiha

Leave a Comment

error: Content is protected !!