ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

କୋକସରା,୧୦/୧୧ // ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଇଥିଲେ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଂଚାୟତ କାଶିବାହଲ ଗାଁ ର ମାନସିଂ ପୋଢ (୫୫) । ତେବେ ବୁଧବାର ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ସାଥି ଶ୍ରମିକଙ୍କ ଠାରୁ ଏହି ଦୁଃଖଦ ଖବର ମିଳିବା ପରେ ପରିବାର ଭାଙ୍ଗି ପଡିଥିଲେ। କାମ କରୁଥିବା ସଂସ୍ଥା ଏକ ଆମ୍ବୁଲାନ୍ସରେ ମାଧ୍ୟମରେ ଶ୍ରମିକର ଶବକୁ ପଠାଇବା ପରେ ଆଜି ଗାଁକୁ ପହଞ୍ଚିଛି । ଗତ ୩/୪ ମାସ ତଳେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ମୃତ ଦାଦନ ଶ୍ରମିକଙ୍କ ସ୍ତ୍ରୀ ଓ ୫ ଝିଅ ରହିଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ନିଃସହାୟ ହୋଇ ପଡିଛନ୍ତି । ଶୁକ୍ରବାର ସକାଳେ ଗାଁକୁ ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

ଉତ୍କଳ ଆଲୁମିନାରେ ‘ସମସ୍ତଙ୍କ ପାଇଁ ପୁଷ୍ଟିକର ଖାଦ୍ୟ’ ଉପରେ ଦୃଷ୍ଟିନିବଦ୍ଧ ସହିତ ବିଶ୍ୱ ପୁଷ୍ଟିସାଧନ ସପ୍ତାହ ପାଳନ

masiha

ବନ୍ୟା ପ୍ରଭାବିତଙ୍କ ସହ ସରକାର,  ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ୧୧୦ କୋଟି ଟଙ୍କାର  ସହାୟତା ପ୍ୟାକେଜ୍ ଘୋଷଣା

Sunil Chandra Nayak

Leave a Comment

error: Content is protected !!