ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ KPPA ପକ୍ଷରୁ ‘ଫଟୋ ଏକ୍ସପୋ ୨୦୨୬’ ର ନିମନ୍ତ୍ରଣ ପତ୍ର ଗ୍ରହଣ ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣାରେ KPPA ପକ୍ଷରୁ ‘ଫଟୋ ଏକ୍ସପୋ ୨୦୨୬’ ର ନିମନ୍ତ୍ରଣ ପତ୍ର ଗ୍ରହଣ ଓ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି,୧୩/୧୦ କଳାହାଣ୍ଡି ଜିଲ୍ଲା,ଭବାନୀପାଟଣା ସଦର ମହକାମା ଭୁବନେଶ୍ବର ରୁ ଓଡ଼ିଶା ଫଟୋ ସିଣ୍ଡିକେଟ୍‌ର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ‘ଫଟୋ ଏକ୍ସପୋ ୨୦୨୬’ ର ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ପାଇଁ ଭବାନୀପାଟଣା ଗସ୍ତ କରିଛନ୍ତି। ଆଜି ମଙ୍ଗଳବାର ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟ ମଧ୍ୟରେ ଓଡ଼ିଶା ଫଟୋ ସିଣ୍ଡିକେଟ୍‌ର ସଭାପତି ମିଥୁନ କୁମାର ଜେନା,ଉପ-ସଭାପତି ଅଜିତ୍ କୁମାର ପାଢ଼ୀ,କାର୍ଯ୍ୟକାରୀ ସଭାପତି ସୁକାନ୍ତ କୁମାର ସାହୁ ଏବଂ ସମ୍ପାଦକ ପ୍ରକାଶ କୁମାର ଦଳାଇ ଭବାନୀପାଟଣାସ୍ଥିତ ରବିନ୍ ଲାବ୍‌ରେ ପହଞ୍ଚିଥିଲେ । ସେଠାରେ କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଆସୋସିଏସନ୍ KPPA ର ସଭାପତି ପ୍ରଦିପ କୁମାର ରାଉତ,କାର୍ଯ୍ୟକାରୀ ସମ୍ପାଦକ ଦୁଃଖୀଶ୍ୟାମ ପ୍ରଧାନ,ରଞ୍ଜିତ ସାହୁ ଓ ରମେଶ ମାହାରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ସମସ୍ତେ ‘ଫଟୋଫେସନ ଷ୍ଟୁଡ଼ିଓ’ ପରିଦର୍ଶନ କରି ରଞ୍ଜନ ସାହୁଙ୍କ ସହ ଆଲୋଚନା କରିଥିଲେ। ପରେ ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣକୁ ଯାଇ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ I ଭୁବନେଶ୍ୱରରୁ ଆସିଥିବା ‘ଫଟୋ ଏକ୍ସପୋ’ର ବ୍ୟାନର ଉନ୍ମୋଚନ କରାଯିବା ସହ କପ୍ପ ର ସଦସ୍ୟ ଓ ଓଡ଼ିଶା ଫଟୋ ସିଣ୍ଡିକେଟ୍‌ର କର୍ମକର୍ତ୍ତାମାନେ ମିଳିତ ଭାବେ ସୌଜନ୍ୟମୂଳକ ସମୂହ ଫଟୋ ଉଠାଇଥିଲେ I *ଓଡିଶା ଫୋଟୋ ସେଣ୍ଡିକେଟ ଫୋଟୋ ଏକ୍ସପୋ ୨୦୨୬ରୁ ୦୪ ପ୍ରତିଭା ସଂମ୍ମାନିତ* ଚଳିତ ଅକ୍ଟୋବର ୨୩ତାରିଖ ରୁ ୨୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସର୍ବ ଓଡିଶା ଫୋଟୋ ସେଣ୍ଡିକେଟ ଫୋଟୋ ଏକ୍ସପୋ ରେ କଳାହାଣ୍ଡି ଜିଲ୍ଲାର ୦୪ ଜଣ ପ୍ରତିଭାବାନ ଫୋଟୋଗ୍ରାଫର ବିଭିର୍ନ୍ନ ବର୍ଗରେ ସଂମ୍ମାନିତ ହେବା ମନୋନୀତ ହୋଇଛନ୍ତି I ସଂମ୍ମାନିତ ହେବାକୁ ଥିବା ପ୍ରତିଭାମାନେ ଆଜୀବନ ସାଧନା ସଂମ୍ମାନ ସୀତାରାମ ନାୟକ, ଭିନ୍ନକ୍ଷମ ଫୋଟୋଗ୍ରାଫର ସଂମ୍ମାନ ତେଜୁରାମ ସାହୁ,ମହିଳା ଫୋଟୋ ଗ୍ରାଫର ସଂମ୍ମାନ ସମୀକ୍ଷା ସାହୁ, ଯୁବ ଫୋଟୋଗ୍ରାଫରର ସଂମ୍ମାନ ମାଷ୍ଟର ମଣ୍ଟୁ ସାହୁ ସଂମ୍ମାନ ଉତ୍ସବ ଅକ୍ଟୋବର ୨୦୨୬ କଳାହାଣ୍ଡିର ସମସ୍ତ ଫୋଟୋ ଗ୍ରାଫରର ଭାଇମାନେ ଉକ୍ତ ଦିନ ଭୁବନେଶ୍ୱରରେ ଉପସ୍ଥିତ ରହି ଆମର ଏହି ପ୍ରତିଭା ମାନଙ୍କୁ ଉତ୍ସାହିତ କରିବା ପାଇଁ ସାଦର ଅନୁରୋଧ I ଭୁବନେଶ୍ୱର ରୁ ଫେରିବା ପରେ KAPP ତରଫରୁ ତାରିଖ ନିର୍ଣ୍ଣୟ କରାଯାଇ ଭବାନୀପାଟଣା ଠାରେ ସଂମ୍ମାନିତ ଫୋଟୋଗ୍ରାଫର ମାନଙ୍କୁ ସମ୍ବୋର୍ଦ୍ଧିତ କରାଯିବ I ଏଇ ଚାରି ଜଣ ଫୋଟୋ ଗ୍ରାଫରଙ୍କୁ ଶୁଭେଚ୍ଛା ଜଣେଇଛନ୍ତି କଳାହାଣ୍ଡି ଜିଲ୍ଲା ପ୍ରଫେସନାଲ ଫୋଟୋଗ୍ରାଫର ଆସୋସିଏନ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ରେ ୧୨ ଘଣ୍ଟା ବନ୍ଦ ପାଳନ

masiha

ଧର୍ମଗଡ ର ସାମଗ୍ରିକ ବିକାଶ ପାଇଁ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ ଭେଟିଲେ ସାମ୍ବାଦିକ

ଧରାକୋଟ ସରକାରୀ ସ୍ନାତକ ମହାବିଦ୍ୟାଳୟ କୁ ସ୍ଥାୟୀ ପଟ୍ଟା ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!