ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

କଳାହାଣ୍ଡି:ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ପାଳନ

ପୋଷ୍ୟ ସନ୍ତାନ ସଚେତନତା ରଥ କୁ ଉଦ୍ଘାଟନ କଲେ ଜିଲ୍ଲାପାଳ

ପୋଷ୍ୟ ସନ୍ତାନ ପାଳନ ମାସ ଓ ଶିଶୁ ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୋଟିଏ “ଶିଶୁ ଝୁଲା” ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଉଦ୍ଘାଟନ କରିଛନ୍ତି। ଏହା ସହିତ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ପୋଷ୍ୟ ସନ୍ତାନ ସଚେତନତା ରଥ କୁ ଜିଲ୍ଲାପାଳ ଉଦ୍ଘାଟନ କରିଛନ୍ତି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ କୁ ବୁଲି ପୋଷ୍ୟ ସନ୍ତାନ ନେଇ ଜନ ସଚେତନତା ର ବାର୍ତ୍ତା ଦେବ। ଏହି ଅବସରରେ ବିଭିନ୍ନ ବର୍ଗର କର୍ମକର୍ତ୍ତା ଙ୍କୁ ନେଇ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୈଲେନ୍ଦୁ ଶେଖର ମହାପାତ୍ର ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟରେ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ପରିତ୍ୟକ୍ତ ଶିଶୁକୁ ଉଦ୍ଧାର କରି ଜିଲ୍ଲା ପ୍ରଶାସନ କୁ ହସ୍ତାନ୍ତର କରିଥିବା କେସିଙ୍ଗା ଗୋଷ୍ଟୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଲଳିତ ଅଗ୍ରୱାଲ, ଲାଞ୍ଜିଗଡ ଥାନାର ରଜନୀ କାନ୍ତ ଦୋରା, ଭଟାଙ୍ଗପଦର ର ସ୍ଵାସ୍ଥ୍ୟ କର୍ମୀ ସଂଯୁକ୍ତା ପଣ୍ଡା, ଚାଇଡ ଲାଇନ୍ ର ପୁର୍ବତନ କର୍ମକର୍ତ୍ତା ସୁବାସ ଚନ୍ଦ୍ର ନାଏକ ଓ କେସିଙ୍ଗା ର ସମାଜସେବୀ ଅରକ୍ଷିତ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୋଷ୍ୟ ସନ୍ତାନ ଗ୍ରହଣକାରି ସଂସ୍ଥା ର ୧୧ ଜଣ ଅନ୍ତେବାସୀ ଙ୍କୁ ଖେଳଣା ଓ ଚକଲେଟ ବଣ୍ଟନ କରଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ଜନ ସ୍ଵାସ୍ଥ୍ୟ ଅଧିକାରୀ, ସମାଜ କଲ୍ୟାଣ ଅଧିକାରୀ,ପୋଲିସ ଅଧିକାରୀ, ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା କିଶୋର ନ୍ୟାୟ ବୋର୍ଡ଼ ର ସମସ୍ତ ସଦସ୍ୟ, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଚାଇଡ ଲାଇନ୍ ର ସଦସ୍ୟ ଯୋଗ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ରାଜଲକ୍ଷ୍ମୀ ଦାସ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ମାତୃଭାଷା, ସଂସ୍କୃତି, ପରମ୍ପରା ହିଁ ଜାତିର ନିର୍ଦ୍ଦିଷ୍ଟ ଜାତିର ପରିଚୟ : ଡ଼ବର

Sunil Chandra Nayak

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

masiha

Leave a Comment

error: Content is protected !!