ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ

ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ

ଜୁନାଗଡ଼,୧୪/୧୨(ମ ନି ସ)ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ଠାରେ ଏକ ହୋଟେଲ ରେ କାମ କରୁଥିବା ମିସ୍ତ୍ରୀ ଦିର୍ଘ ୬ ମାସ ରୁ ଉର୍ଦ୍ଧ କାମ କରିବା ସତ୍ତ୍ୱେ ମାଲିକ ପ୍ରାପ୍ୟ ନ ଦେବାରୁ ଶେଷରେ କୋଣସି ଉପାୟ ନ ପାଇ ଶ୍ରମିକ ଜଣକ ୮ ଦିନ ହେଲା ନିଜ ଗାଁ ଚାଲି ଚାଲି ଆସୁଥଲେ l ଆନ୍ଧ୍ରା ଗୁଣ୍ଟୁର ରୁ ଚାଲି ଆସୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଲଦି ପଞ୍ଚାୟତ ର ସରପଞ୍ଚ ଓ ପିଇଓ ଉକ୍ତ ଶ୍ରମିକ କୁ ରାସ୍ତା ରୁ ଉଦ୍ଧାର କରି ଜୁନାଗଡ କୁ ଆଣି ବସ ଯୋଗେ ତାଙ୍କ ଘର ସମ୍ବଲପୁର କୁ ପଠାଇ ଥିବା ହେତୁ ତାଙ୍କ ଉଦାର ପଣିଆ ଦେଖିଥିବାରୁ ସାଧାରଣ ରେ ପ୍ରସଂଶା କରାଯାଇଛି l ସୂଚନା ରୁ ପ୍ରକାଶ ଯେ ସମ୍ବଲପୁର ଧନୁ ପାଳି ଅଞ୍ଚଳ ର ବାସିନ୍ଦା କୃଷ୍ନ ଚନ୍ଦ୍ର ପଣ୍ଡା (୫୯)ଦିର୍ଘ ୬ ମାସ ହେଲା ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ସହର୍ ର ଏକ ହେଟେଲ ରେ ଜଳେଶ୍ଵର ର ବିଶୁ ନାମକ ବ୍ୟକ୍ତି ଙ୍କ ସହିତ ରୋଷେୟା ଭାବେ କାମ କରିବାକୁ ଯାଇଥିଲେ l ସେଠାରେ ଦୀର୍ଘ ୬ ମାସହେଲା ହୋଟେଲ ମାଲିକ ତାଙ୍କ ପ୍ରାପ୍ୟ ମାଗିବାରୁ ତାଙ୍କୁ ମାରପିଟ କରି ପ୍ରାପ୍ୟ ଦେଉନଥିଲେ l ଅନେକ୍ ନେହୁରା ହୋଇ ଉକ୍ତ ଶ୍ରମିକ ଜଣକ ପ୍ରାପ୍ୟ ମାଗିବା ପାଇଁ କିମ୍ବା ଘରକୁ ଯିବା ପାଇଁ କହିବ ସ୍ଵତେ ମାଲିକ କିଛି ଶୁଣୁ ନଥିଲେ ଏବଂ ଅକଥନୀୟ ଅତ୍ୟାଚାର କରୁଥିବା ଉକ୍ତ ଶ୍ରମିକ ପ୍ରକାଶ କରିଛନ୍ତି l ଶେଷରେ ନିଜ ଘରକୁ ବାହାରିବା ବେଳେ ହୋଟେଲ ମାଲିକ ତାଙ୍କ ର ସମସ୍ତ ସମାନ୍ ପତ୍ର ଛଡ଼ାଇ ନେଇଥିଲେ l ତାଙ୍କ ପାଖରେ କୋଣସି ଟଙ୍କା ପଇସା କିମ୍ବା ସାଧ୍ୟ ନଥିବା ରୁ ସେ ସେଠାରୁ ଲୁଚି ଚାଲି ଚାଲି ଅlଠ ଦିନ ହେଲା ଆସୁଥିଲେ l ଏପରିକି ଓଡିଶା ମଧ୍ୟ ରେ ଆସି ଆମପାଣି ଠାରେ ରାସ୍ତା ଭୁଲି ବିଜୁ ଏକ୍ସପ୍ରେସ ୱେ ରେ ଗୋଲାମୁଣ୍ଡା ଚାଲି ଯାଇଥିଲେ l ଏହି ସମୟ ରେ ଯାଉଥିବା ବେଳେ ଶ୍ରମିକ ଜନକ ଖମାର୍ ହଲଦି ପିଇଓ ବିଶ୍ଵ ରଞ୍ଜନ ପଣ୍ଡା ଓ ସରପଞ୍ଚ ରବିନ୍ଦ୍ର ମୁଣ୍ଡ ଙ୍କୁ ଦେଖି ସମ୍ବଲପୁର ରାସ୍ତା କୁଆଡେ ବୋଲି ପଚାରିଲେ l ଏହା ପରେ ଶ୍ରମିକ ଜଣକ ତାଙ୍କ ଘଟଣା ଅବଗତ କରାଇବା ରୁ ଏହି ଦୁଇ ପଞ୍ଚାୟତ ଅଧିକାରୀ ଶ୍ରମିକ ଙ୍କୁ ଖାଇବାକୁ ଦେଇ ତାଙ୍କୁ ସନ୍ଧ୍ୟାରେ ଗାଡିରେ ଜୁନାଗଡ ଆଣି ବସ୍ ଯୋଗେ ସମ୍ବଲପୁର ଯିବାପାଇଁ ଟିକେଟ କରିଦେଇଥିଲେ l ଏହିସମୟ ରେ ଜୁନାଗଡ ସହର ର ସାମାଜ ସେବି ଷଷ୍ଠି ବେହେରା ଓ ଜୁନାଗଡର କେତେ ସାମ୍ବାଦିକ ଉପସ୍ଥିତ ରହି ଉକ୍ତ ଶ୍ରମିକ ର ଅବସ୍ତା ଅବଗତ ହେବା ସହ ତାଙ୍କୁ ସହାୟତା ଯୋଗାଇଦେବା ସହ ସ୍ତାନୀୟ ପୋଲିସ ପ୍ରଶାସନ କୁ ଅବଗତ କରାଈଥିଲେ l ଘଟଣା ସ୍ତଳ ରେ ପୋଲିସ କର୍ମ ଚାରି ଉପସ୍ଥିତ ରହି ସମସ୍ତେ ମିଶି ସମ୍ବଲପୁର ଗାଡିରେ ତାଙ୍କୁ ସୁରକ୍ଷିତ ଅବସ୍ତା ରେ ସମ୍ବଲପୁର ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିଥିଲେ l ଏହି ବଦାନ୍ୟ ଘଟଣା କୁ ନେଇ ସାଧାରଣରେ ପ୍ରସଂଶା କରାଯାଇଥିବା ଦେଖିବାକୁ ମିଳିଛି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଭୋଳାନାଥ ବେହେରାଙ୍କ ଉଦେଶ୍ୟରେ ସ୍ମୃତିସଭା 

masiha

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୁଲ୍ୟରେ ମାଟିର ମହାକଵି ସଚ୍ଚି ରାଉତରାୟଙ୍କ ପୂଣ୍ଯତିଥି ପାଳିତ

masiha

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

Leave a Comment

error: Content is protected !!