ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫଳ (ଗୁଟକା) ଡିଲର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ରେ ଚାଲିଛି କାରବାର 

ସଫଳ (ଗୁଟକା) ଡିଲର ଓ ସରକାରୀ କର୍ମଚାରୀଙ୍କ ମଧୁଚନ୍ଦ୍ରୀକା ରେ ଚାଲିଛି କାରବାର 

ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି

ନର୍ଲା /ମସିହା/14/11/23 // କଳାହାଣ୍ଡି ଜିଲ୍ଲା ରେ ସଫଳ ପାନମସଲା ଭଳିନିଶା ଜାତୀୟ ଦ୍ରବ୍ଯ ଦିନକୁ ଦିନ ବଢ଼ି ଚାଲିଛି ହେଲେ କମିବାର ନା ଗନ୍ଧ ନାହିଁ,କେତେକ ନିଶା ଡାତୀୟ ଗୁଟକା ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ଦେଉଥିବା ବେଳେ ଅନ୍ୟ କେତେକ ଗୁଟକା (ସଫଳ) ସରକାରଙ୍କୁ ଭୂଆଁ ବୁଲାଇବା ସହ ଛୋଟ ବଡ଼ ବ୍ୟବସାୟୀଙ୍କୁ ହଇରାଣ ହେଉଥିବା ଅଭିଯୋଗ ଆସିଛି,ଏପରି ଘଟଣା କଳାହାଣ୍ଡି ଜିଲ୍ଲା ସଫଳ ଡିଲର୍‌ ସନ୍ତୋଷ ସେନାପତି ଙ୍କ ମନମୁଖୀ ସଫଳ ବ୍ୟବସାୟ ଯୋଗୁଁ ସରକାରଙ୍କ ରାଜସ୍ୱ ହାନି ଘଟୁଥିବା ବେଳେ ସାଧାରଣ ବ୍ୟବସାୟୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି|କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୫୦୦୦ ବ୍ୟାଗ୍‌ ସଫଳ ମାସକୁ ବିକ୍ରି ହେଉଥିବା ଜଣା ପଡ଼ିଛି,ଏହି ଜିଲ୍ଲା ର ଧର୍ମଗଡ଼ ରେ ୧୦୦୦ ବ୍ୟାଗ୍‌,ଭବାନୀପାଟଣା ରେ ୨୦୦୦ ବ୍ୟାଗ୍‌,ଲଡ଼ୁଗାଁ କୋକସରା ଠାରେ ୫୦୦ ବ୍ୟାଗ୍‌,ମ:ରାମପୁର,ନର୍ଲା,ଲାଞ୍ଜିଗଡ଼ ଠାରେ ୧୦୦୦ ବ୍ୟାଗ୍‌ ର ସଫଳ କାରବାର ଚାଲୁ ଥିବା ନଜର କୁ ଆସିଛି,ଡିଲର୍‌ ସେନାପତି ବାବୁ ଗୋଟିଏ ବିଲରେ ୧୦ ରୁ ୧୨ ବସ୍ତା ସଫଳ(ଗୁଟକା) ଆଣୁଥିବାରୁ ଛୋଟ ବଡ଼ ବ୍ୟବସାୟୀ ମାନଙ୍କୁ ବିଲ ଦେଇ ପାରୁ ନାହାନ୍ତି,ଫଳରେ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି,ପଶ୍ଚିମ ଓଡ଼ିଶା ଦାୟିତ୍ବ ରେ ଥିବା ସମ୍ବଲପୁର ର ମୁଖ୍ୟ ସୁବାଷ ପତି ଙ୍କ ଇଶାରାରେ ବ୍ୟବସାୟ ହେଉଥିବା ଜଣା ପଡ଼ିଛି,ଶ୍ରୀ ପତି ବଡ଼ବଡ଼ିଆ ଅଧିକାରୀ ତଥା ପୋଲିସ,ଅବକାରୀ ବିଭାଗ ଖାଉଟି ବିଭାଗ କୁ ହାତେଇ ସଫଳ କାରବାର ଚାଲିଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି, ପୁଣି ଶ୍ରୀ ପତି ଙ୍କ ଏତେ ଲମ୍ବା ହାତ ଥିବ ଯେ ସଫଳ ଗାଡ଼ିକୁ ଅଟକାଇବା ପରିବର୍ତ୍ତେ ଖୁଲମଖୁଲା ସାହାର୍ଯ୍ୟ କରି ଗାଡ଼ିକୁ ପାର କରି ଦେଉଥିବା ଅଭିଯୋଗ ମାନ ଆସୁଛି |ସଫଳ କଂପାନୀ ସଂପଳ ର ଚାହିଦା ବଢ଼ାଇବା ସହ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ସଫଳ ପୁଡ଼ିଆରେ କୁପନ୍‌ ମାନ ବ୍ୟବସ୍ଥା କରିଛନ୍ତି,କୁପନ୍‌ ରେ ୧୦୦ ରୁ ୨୦୦ ଟଙ୍କା ସଫଳ ପେକେଟ ରେ ବାହାରି ଥାଏ। ଛୋଟ ବଡ଼ ବ୍ୟବସାୟୀ ମାନେ କୁପନ ସଂଗ୍ରହ କରି ଡିଲରଙ୍କୁ ଦେଲେ ଡେଟ୍ ଗଲାଣି କହି ସମୟ ଗଡ଼ାଇ ତଥା କୁପନର ପାଉଣା ଦେଉ ନ ଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ଏଥିପାଇଁ କଳାହାଣ୍ଡି ଜିଲ୍ଲାପାଳ, ଏସପି, ଅବକାରୀ ବିଭାଗ ଏଥିରେ ସ୍ଵତନ୍ତ୍ର ଦୃଷ୍ଟି ଦେଲେ ସରକାରଙ୍କ କୋଟି କୋଟି ଟଙ୍କା ରାଜକୋଷକୁ ଫେରିବ ବୋଲି ଚର୍ଚ୍ଚା ହେଉଛି।

ଦୀପକ ଠାକୁର, ନର୍ଲା, କଳାହାଣ୍ଡି

Related posts

କୋଇଡା ୟୂନିୟନ ଅଫ୍ ଜୋର୍ଣାଲିଷ୍ଟ( କେୟୂଜେ) ଆନୁକୁଲ୍ୟରେ ତ୍ରୀଦିଵସୀୟ” ଦ୍ଵିବାର୍ଷିକ “ଝରଣା ମହୋତ୍ସବ “ଶୁଭ ଉଦଘାଟିତ 

masiha

ଲକ୍ଷ୍ମୀପୁର ତାଲୁକା ଆଇନ ସହାୟତା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

masiha

ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

Leave a Comment

error: Content is protected !!