ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରସ୍ତ ନେଇ ରେଳ ଵିଭାଗ ତତ୍ପର

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରସ୍ତ ନେଇ ରେଳ ଵିଭାଗ ତତ୍ପର

 ମୟୂରଭଞ୍ଜ -୧୪/୧୧ ( ମସିହା )ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵିତୀୟ ଥର ପାଇଁ ଦୁଇ ଦିନିଆ ଗସ୍ତ ନେଇ ରେଳ ବିଭାଗ ଯୁଦ୍ଧକାଳୀନ ଭିତରେ କାମର ତଦାରଖ କରୁଛନ୍ତି । ମହାମହିମ ରାଷ୍ଟ୍ରପତି ଆସନ୍ତା ୨୦ ଓ ୨୧ ତାରିଖ ମୟୁରଭଞ୍ଜ ଗ୍ରସ୍ତରେ ଆସୁଛନ୍ତି।୨୧ ତାରିଖ ରେ ବାଦାମ ପାହାଡ଼ ସହିତ ନିଜ ଗାଁ ପାହାଡ଼ ପୁର ଗ୍ରସ୍ତରେ ଆସିବେ। ସେପଟେ ରାଷ୍ଟ୍ରପତି ଗ୍ରସ୍ତ କୁ ନେଇ ଦକ୍ଷିଣ ପୂର୍ବ ରେଳ ମନ୍ତ୍ରଣାଳୟ ତରଫରୁ ବାଦାମ ପାହାଡ଼ ରେଳ ଷ୍ଟେସନ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରହିଛି ।ରେଳ ବିଭାଗ ତରଫରୁ ବାଦାମ ପାହାଡ଼ ରେଳ ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଣୁ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ କାର୍ଯ୍ୟ ମଧ୍ୟ ଚାଲିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ଅନୁମୋଦନ କ୍ରମେ ୩ ଟି ନୂତନ ଏକ୍ସପ୍ରେସ ଟ୍ରେନ ବାଦାମ ପାହାଡ଼ ରୁ ରାଉରକେଲା ସାପ୍ତାହିକ, ବାଦାମ ପାହାଡ଼ ରୁ ସାଲିମାର ସାପ୍ତାହିକ ଏବଂ ଦୈନିକ ବାଦାମ ପାହାଡ଼ ରୁ ଟାଟା ନଗର ଟ୍ରେନ ଆସନ୍ତା ୨୧ ତାରିଖ ଦିନ ଉଦ୍ ଘାଟନ କରିବା ନେଇ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଆଜି ରେଳ ବିଭାଗ ର ଜି ଏମ୍ ଅନିଲ କୁମାର ମିଶ୍ର, ଡି ଆର୍ ଏମ୍ ଜେ ରାଠୋର ବାଦାମ ପାହାଡ଼ ରେଳ ଷ୍ଟେସନ ଗ୍ରସ୍ତରେ ଆସିଛନ୍ତି। ତାଙ୍କ ସହିତ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ତଦାରଖ ପାଇଁ ଆସିବା ସହିତ ରାଷ୍ଟ୍ରପତି ଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଉଛି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

ଜିଲ୍ଲା ଯୁବ ଉତ୍ସବରେ ସମ୍ମାନିତ ହେଲେ ଚସ୍ମିତ୍ କୌର

masiha

ଭବାନୀପାଟଣା ଠାରେ ମଶା ବାହିତ ରୋଗ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ଅନ୍ତବିଭାଗୀୟ ସ୍ୱମନ୍ନୟ ବୈଠକ

Sunil Chandra Nayak

Leave a Comment

error: Content is protected !!