ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ: ରୁପ୍ରା ସମେତ ନର୍ଲା ଅଞ୍ଚଳରେ ବନ୍ଦ୍ ପ୍ରଭାବ ଶୁନ୍ୟ

ରୁପ୍ରା, (ମ.ନି.ସ): କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ଟ୍ରେଡ୍ ୟୁନିୟନ୍ ତରଫରୁ ୨୮ ଓ ୨୯ ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲେହେଁ ଏହି ଧର୍ମଘଟର ପ୍ରଭାବ ରୁପ୍ରା ସମେତ ନର୍ଲା ଅଞ୍ଚଳରେ ପରିଲକ୍ଷିତ ହୋଇନଥିବା ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ମଚାରୀ ସଙ୍ଗଠନ ଗୁଡିକ ସମର୍ଥନ ଜଣାଇଥିଲେ ମଧ୍ୟ ଧର୍ମଘଟକୁୁ ସଫଳ କରିବାକୁ ଦେଶର ୧୦ଟି ଟ୍ରେଡ୍ ସଙ୍ଗଠନର କର୍ମକର୍ତ୍ତା ଆହ୍ୱାନ ଦେଇଥିଲେ। ତେବେ ଜିଲ୍ଲାର ରୁପ୍ରା ସମେତ ନର୍ଲା ଅଞ୍ଚଳରେ ବନ୍ଦ୍ ର କୈାଣସି ପ୍ରଭାବ ପଡିନଥିବା ପରିଲକ୍ଷିତ ହୋଇଥିଲା । ଦୋକାନ ବଜାର ଖୋଲା ରହିଥିବାବେଳେ ସାଧାରଣ ଜୀବନଯାତ୍ରା ମଧ୍ୟ ସ୍ବଭାବିକ ରହିଥିଲା ।

ତେବେ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ଆଦିକୁ ବିରୋଧ କରି ରାଜ୍ୟ ଓ ଦେଶର ଅନେକ ସ୍ଥାନରେ ଧର୍ମଘଟ ଚାଲିଥିଲା । କେନ୍ଦ୍ର ସରକାର ନୂତନ ଶ୍ରମକୋଡ୍ ଲାଗୁ କରି ସାଧାରଣ ଶ୍ରମିକଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଅଭିଯୋଗ କରିଛି ଟ୍ରେଡ୍ ୟୁନିୟନ୍ ।

ସେହିପରି ଏହି ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ପରିବହନ ବିଭାଗ କର୍ମଚାରୀଙ୍କ ସଂଘ, ବୀମା କର୍ମଚାରୀ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ, ଦୂରସଞ୍ଚାର କର୍ମଚାରୀ, ଆୟକର ବିଭାଗ କର୍ମଚାରୀ ସଂଘ, ବ୍ୟାଙ୍କ୍ ସଙ୍ଗଠନର କର୍ମଚାରୀମାନେ ଏହି ଧର୍ମଘଟକୁ ସମର୍ଥନ କରିଥିବା ଜଣାପଡିଛି । ରୂପ୍ର। ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଗୁରୁଦିବସ ସମାରୋହ …

Sunil Chandra Nayak

ଦେଢ ବର୍ଷର ଶିଶୁକନ୍ୟା ମୃତ ;କାରଣ ଅସ୍ପଷ୍ଟ 

Sunil Chandra Nayak

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ରେଜଲ୍ଟ : ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ

Sunil Chandra Nayak

Leave a Comment

error: Content is protected !!