ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପି ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

ବିଚ୍ଛିନ୍ନାଞ୍ଚଳ ଟେକାଲିରେ ପୁରାତନ ରାଧାମାଧବ ପୀଠରେ ସପ୍ତାହ ବ୍ୟାପି ଭାଗବତ ପ୍ରବଚନ ଓ ସନ୍ଥ ସମ୍ମିଳନୀ

ବ୍ରହ୍ମପୁର,14/11 : ବିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲା ଟେକାଲିସ୍ଥିତ ବିଜେ କରିଥିବା ଶହ ଶହ ବର୍ଷର ପୁରାତନ ରାଧାମାଧବ ପୀଠରେ ମଠ ମହନ୍ତ ଗୋବିନ୍ଦ ଚରଣ ଦାସଙ୍କ 10ମ ସ୍ମୃତି ମହୋତ୍ସବ ଅବସରରେ ସପ୍ତାହ ବ୍ୟାପି ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ଓ ସନ୍ଥ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଅବସରରେ ନାମ ସଂକିର୍ତ୍ତନ, ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରାଧାମାଧବ ମଠର ମଠାଧୀଶ ମହନ୍ତ ମଦନ ଗୋପାଳ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବ ସନ୍ଥ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ବିଶ୍ଵକଲ୍ୟାଣ ହରିନାମ ପ୍ରଚାରିଣୀ ସମିତି ସଭାପତି ମହନ୍ତ ରାମକୃଷ୍ଣ ଦାସ, ଜଟଣୀର ପଣ୍ଡିତ ଶ୍ରୀ ସଦାନନ୍ଦ ଦାସ, ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ମହନ୍ତ ହରିହର ଦାସ, ମହନ୍ତ ଶ୍ରୀ ରାମାନନ୍ଦ ଦାସ, ପାରଳାଖେମୁଣ୍ଡି ମହନ୍ତ ରାମ କୁମାର ଦାସ, ମହନ୍ତ ଶ୍ରୀ ଦାମୋଦର ଦାସ, ସ୍ଵାମୀ ନିରଞ୍ଜନ, ମହନ୍ତ ଶ୍ରୀ ଲଳିତ ମୋହନ ଦାସଜୀ, ମହନ୍ତ ଶ୍ରୀ ରାମ ଶରଣ ଦାସ, ମହନ୍ତ ଶ୍ରୀ କାଶୀରାମ ଦାସ, ମହନ୍ତ ଶ୍ରୀ ପ୍ରୟାଗ ଦାସଜୀ, ଭାଗବତ ପ୍ରବକ୍ତା ଜଗନ୍ନାଥ ପଣ୍ଡା, ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ତଥା ନବୀନର ସମ୍ପାଦକ ରବି ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀହରି ନାମ ସଂକୀର୍ତ୍ତନ ସହ ଭାଗବତ କଥା ଶ୍ରବଣରେ ମନୁଷ୍ୟ ଦୁଃଖକୁ ଦୂରେଇବାର ସାମର୍ଥ୍ୟ ପାଇବା ସହ ନିଃଶ୍ରେୟସ ପ୍ରାପ୍ତ କରିବାରେ ସଫଳକାମୀ ହେବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଶତାଧିକ ସନ୍ଥ, ମହନ୍ତ, ସନ୍ୟାସୀ ବୃନ୍ଦ ଉପସ୍ଥିତ ରହି ସହସ୍ରାଧିକ ଭକ୍ତଙ୍କୁ ଆଧ୍ୟାତ୍ମିକ ମାର୍ଗଦର୍ଶନ ଦେଇଥିଲ।

ମସିହା ନୀୟୁଜ ସର୍ଭିସ୍ 

Related posts

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ -୨୦୨୩ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭବ୍ୟ କବିତା ପାଠୋତ୍ସବ

Sunil Chandra Nayak

ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ବିଦ୍ୟାୟ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ,ପ୍ରଥମ ସ୍ଥାନରେ ୯ ଜଣ

Sunil Chandra Nayak

Leave a Comment

error: Content is protected !!