ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାପଡାହାଣ୍ଡି,15/11, ମନିସ —- ରାଜ୍ୟ ସରକାର ଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ତରଫରୁ ବୁଧବାର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ସରଗି ଫୁଲ କମିଟିର ଅଧକ୍ଷ ପାଲକା ରବୀନ୍ଦ୍ରଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତେ ଜନ୍ମ ମାଟିକୁ ଛାଡିବା ନାହିଁ, ଯେଉଁ ମାଟି ମୋତେ ସଭ୍ୟତା, ସଂସ୍କୃତି ସଂସ୍କାର ଦେଇଛି ତାକୁ ଭୁଲିବ ନାହିଁ | ସମସ୍ତେ ନିଜ ଜ୍ଞାନକୁ ବଢ଼ାଇବାକୁ ଚେଷ୍ଟା କର | ଭବିଷ୍ୟତର କର୍ମ ପନ୍ଥା ଏବେଠୁ ଆରମ୍ଭ କର, ଦକ୍ଷତା ଭିତିକ ତାଲିମ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବାକୁ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ | ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, କଳାହାଣ୍ଡି ଜୋନ ଶିକ୍ଷା ମଣ୍ଡଳାଧୀଶ କମଳା କାନ୍ତ ପ୍ରହରାଜ ପ୍ରମୁଖ ଯୋଗଦେଇଥିଲେ | ବ୍ଲକ ମଙ୍ଗଳ ଅଧିକାରୀ ଦେବବ୍ରତ ପରିଡା ସ୍ୱାଗତ ଭାଷଣ ଦେଇଥିଲେ | ଅତିଥି ମାନେ ଆଦିବାସୀ ଓ ହରିଜନ ପିଲାଙ୍କ ଲୁକାୟିତ ପ୍ରତିଭା କୁ ଉନ୍ମଚନ କରିବାର ଓ ଲୋକଲଚନ କୁ ଆଣିବା ଏହି ସର୍ଗିଫୁଲର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଜିଲାପାଳ ବିଜ୍ଞାନ ମେଳା ଉଦଘାଟନ କରିବା ସହ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ | ଜିଲ୍ଲାର ୯୬ ଟି ଆଦିବାସୀ ବିଦ୍ୟାଳୟ ରୁ ତିନି ହଜାର ଛାତ୍ରୀଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ଯୋଗଦେଇଥିଲେ । ଭଳିବଲ, କୁଇଜ, ଏକକ ନୃତ୍ୟ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ପ୍ରଥମେ ଦିନରେ ଅନୁଷ୍ଠିତ ହୋଇଥିଲା ।ଅତ୍ୟାଧୁନିକ ଚିନ୍ତାଧାରା ରେ ପିଲାମାନେ ପରିବେଶ ସନ୍ତୁଳନ ,ବାୟୁ ପ୍ରଦୂଷଣ ରୋକିବା ଏବଂ ଜଳବାୟୁର ଚିନ୍ତାଧାରା ରେ ପ୍ରୋଜେକ୍ଟ ଅଣାଯାଇଥିଲା । ଜିଲ୍ଲା ମଂଗଳ ବିଭାଗର ସମସ୍ତ ଅଧିକାରୀ, ଶିକ୍ଷୟତ୍ରୀ ଶିକ୍ଷକ ମାନେ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଯୋଗଦେଇଥିଲେ | ଛାତ୍ରୀ ଛାତ୍ର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେତିଶ ତମ ବାଦପାଲା ଉଦଯାପିତ

Sunil Chandra Nayak

ସରକାରୀ ଚାକିରୀର ପଦୋନ୍ନତିରେ ଅନିୟମିତତା. ହିରଣ୍ମୟୀ’ ରାୟର ଅପବ୍ୟବହାର:ପ୍ରତିବାଦ

Sunil Chandra Nayak

ଅଦିନିଆ ମୌସମୀ ବର୍ଷାରେ ତଳିତଳାନ୍ତ ରବିଧାନ ଚାଷୀ

masiha

Leave a Comment

error: Content is protected !!