ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ

ରାଉରକେଲା/ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି। ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ ହୋଇଛି। ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ନଭେମ୍ବର ମାସର ତୃତୀୟ ଗୁରୁବାରକୁ ବିଶ୍ୱ ଦର୍ଶନ ଦିବସ ଭାବେ ପାଳନ କରାଯାଇଥାଏ। ଏହି କ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପାଳନ ହୋଇଛି। ଏହି ଅବସରରେ ପ୍ରାକ୍ତନ ଦର୍ଶନ ବିଭାଗର ପ୍ରାଧ୍ୟାପକ ଏଞ୍ଜେଲୁସ୍‌ ଡୁଙ୍ଗ୍‌ଡୁଙ୍ଗ୍‌ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଉଦବୋଧନ ଦେଇଥିଲେ। ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟ ମାନଙ୍କର ଏହା ପ୍ରତି କଣ ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ। ଏହା ସହିତ ଶ୍ରୀ ଡୁଙ୍ଗ୍‌ଡୁଙ୍ଗ୍‌ ପୁରାତନ ଦର୍ଶନ, ଗ୍ରୀକ୍‌ ଦର୍ଶନ, ପାଶ୍ଚାତ୍ୟ ଦର୍ଶନ ଓ ପ୍ରାଚ୍ୟ ଦର୍ଶନ ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ। ଦର୍ଶନ ବିଭାଗ ମୁଖ୍ୟ ରଶ୍ମିରେଖା ପଲ୍‌ ସ୍ୱାଗତ ଅଭିଭାଷଣ ଦେବା ସହ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଫେସର ଡ଼ଃ ବେହେରା ଆମ ସମସ୍ତଙ୍କ ଜୀବନ କୌଣସି ନା କୋଣସି ଦର୍ଶନ ମାଧ୍ୟମରେ ପରିଚାଳିତ ହୋଇଥାଏ ବୋଲି କହିବା ସହ ସମଗ୍ର ବିଶ୍ୱରେ ଭାରତୀୟ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ଦର୍ଶନ ର ଦର୍ଶନ’ ଶୀର୍ଷକ ଏକ କ୍ଷୁଦ୍ର ନାଟିକା ପରିବେଷଣ ମାଧ୍ୟମରେ ମଣିଷ ଜୀବନରେ ଦର୍ଶନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧ୍ୟାପିକା ଡ଼ଃ ପଙ୍କଜିନୀ ବେହେରାଙ୍କ ସହିତ ବିଭାଗୀୟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ବ୍ରତତୀ ସାହୁ ସମସ୍ତଙ୍କ ଧନ୍ୟବାଦ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

ପ୍ରକାଶ ପାଇଲା ମେଧାଅନ୍ବେଷଣ ଫଳାଫଳ

masiha

ଓକିଲ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!