ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା 

ଡାବୁଗାଁ, ୧୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ୧ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବିଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ଵାସ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିଗୋ ମୁର୍ମୁ, ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମଚାରୀ ନିରୋଜ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ | ଏଥିରେ ଉଦ୍ୟାନ କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଅଧିକ ସଶକ୍ତି କରଣ କରିବା ପାଇଁ ସେମାନଙ୍କୁ ଛତୁ ଚାଷ ମିଶନ, ଫୁଲ ଚାଷ ମିଶନରେ ସାମିଲ ହେବା, ବିଶେଷ କରି ମସଲା ଉନ୍ନୟନ ଯୋଜନା ମାଧ୍ୟମରେ ଲଙ୍କା ଚାଷ, ଧନିଆ ଚାଷ, ଅଦା ଓ ହଳଦୀ ଚାଷ, ମେଥି ଚାଷ ଉପରେ ଗୁରୁତ୍ଵାରୋପ କରାଯାଇଥିଲା | ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଶଙ୍କର ଜାତୀୟ ପନିପରିବା ଚାଷରେ ସହାୟତା, ଆଳୁ ଓ ପିଆଜ ଚାଷରେ ସହାୟତା, ଅମଳ ପରବର୍ତ୍ତୀ ପରିଚାଳନା ଓ ବିକ୍ରୟ ସହାୟତା, ସ୍ଵତନ୍ତ୍ର ଫଳ ଚାଷ ଯୋଜନା, ମହୁମାଛି ପାଳନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ହିତାଧିକାରୀଙ୍କ ଜମିରେ ଫଳ ଚାଷ ପାଇଁ ସରକାରୀ ସହାୟତା ପାଇବା ଉପରେ ଆଲୋଚନା କରଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ବ୍ୟତୀତ କୃଷି ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଚାଷୀ ମାନଙ୍କୁ ନିଜ ବିଭାଗରେ ଥିବା ସରକାରୀ ଯୋଜନା ଗୁଡିକ ରେ ମିଳୁଥିବା ସହାୟତା ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଚାଷୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବ୍ଲକ୍ ଓ ଏନଏସି ର ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ

masiha

ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ :ରାଇରଙ୍ଗପୁର,ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର* *ମାସିକ ସାହିତ୍ଯ ଆସର

Sunil Chandra Nayak

Leave a Comment

error: Content is protected !!