ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳରେ ମହାବନ୍ଦ ସଫଳ 

ଖଡ଼ିଆଳରେ ମହାବନ୍ଦ ସଫଳ 

ସ୍ଵତନ୍ତ୍ର କୋସଲ ରାଜ୍ୟ ଦାବିରେ ମିଳିତ କୋସଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆ ଯାଇଥିବା ପଶ୍ଚିମ ଓଡ଼ିଶା ବନ୍ଦ ଡାକରାକୁ ନୂଆପଡ଼ା ଜିଲ୍ଲାରେ ଖଡ଼ିଆଳରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି। ନୂଆପଡ଼ା ଜିଲ୍ଲା ଦଳିତ ଅଧିକାର ମଞ୍ଚ, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ,ସମଲେଇ ସେନା ଆଦି ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଆଜି ସକାଳୁ ଆନ୍ଦୋଳକାରୀମାନେ ଯାନ ବାହାନ ଚଳାଚଳ ବନ୍ଦ କରିବା ସହ ନାରାବାଜି କରିଛନ୍ତି। ଦୋକାନ ବଜାର ବନ୍ଦ ରଖିବା ସହ ଚାରିଚକିଆ ଓ ଭାରିଯାନ ଯାତାୟାତ ବନ୍ଦ କରାଯାଉଛି। ପେକେଟିଂ କରି ସ୍କୁଲ କଲେଜ ଓ ସରକାରୀ ଅଫିସ ବନ୍ଦ କରାଯାଇଛି। ସ୍ଵତନ୍ତ୍ର ଓଡ଼ିଶା ଗଠନ ହେବା ପର ଠାରୁ ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ରୋଜଗାର, କୃଷି ପ୍ରତି କ୍ଷେତ୍ରରେ ସରକାର ପାତର ଅନ୍ତର କରୁଛନ୍ତି ବୋଲି ସେମାନେ କହିବା ସହ ସ୍ଵତନ୍ତ୍ର କୋସଲ ରାଜ୍ୟ ଏ ଅଞ୍ଚଳର ବିକାଶ କରି ପାରିବ ବୋଲି ମତ ପ୍ରକାଶ ପାଇଛି। ଏହି ଆନ୍ଦୋଳନରେ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡି,ପଶ୍ଚିମ ଓଡିଶା ଯୁବା ମଞ୍ଚର ଆବାହକ ଅନୀଲ କୁମାର ମେହେର , କୋଶଲ ପ୍ରେମୀ ଗୋପାଳ ଚନ୍ଦ୍ର ଦାଶ,ସୁରେନ ଶର୍ମା, ଚନ୍ଦନ ସାହୁ ସମେତ ଶତାଧିକ କୋଶଲ ପ୍ରେମୀ ସାମିଲ ହୋଇଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

Sunil Chandra Nayak

ଖପରlଡିହି ଓ ଛତିଶଗଡ ଧୂମାଭଟା ଠାରେ ତେଲନଦୀରେ ପୋଲ ନିର୍ମାଣ କରିବା ନେଇ ଲୋକଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!