ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

ରାୟଗଡା ତା 18.11.2023 // ରାୟଗଡା ଜିଲ୍ଲାରେ ଯୁବ ଭୋଟରଙ୍କ ଚିହ୍ନଟ ଓ ପଞ୍ଜୀକରଣ ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧାଦେବ ସିଂ ଆଭାସୀ ବୈଠକ ମାଧ୍ୟମରେ ରାୟଗଡା ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଏଥି ନିମନ୍ତେ କଡା ନିର୍ଦ୍ଦେଶ ଜାରି କରିଛନ୍ତି। ରାୟଗଡା ଜିଲ୍ଳାରେ ଚିଠା ଭୋଟର ତାଲିକା ଅନୁଯାୟୀ ଅକ୍ଟୋବର 26 ତାରିଖ ସୁଦ୍ଧା ମୋଟ ଛଅ ଲକ୍ଷ ଏକାନବେ ହଜାର ନଅ ଶହ ଏକସ୍ତରୀ ଜଣ ଭୋଟର ଥିବା ବେଳେ କେବଳ ଏକ ଶତକଡାରୁ କମ ଅଠର ଓ ଉଣେଇଶି ବର୍ଷର ଯୁବ ଭୋଟର ପଞ୍ଜୀକରଣ ହୋଇଛନ୍ତି। 

  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ଭିତ୍ତିକରି ରାୟଗଡା ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ରାୟଗଡା ନିର୍ବାଚନମଣ୍ଡଳୀରେ ରହିଥିବା ସମସ୍ତ ମହାବିଦ୍ୟାଳୟରେ ଯୁବ ଭୋଟରଙ୍କ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।  

ଚଳିତ ନଭେମ୍ବର ମାସ 15 ତାରିଖରେ ରାୟଗଡା ମହିଳା ମହାବିଦ୍ୟାଳୟ, 16 ତାରିଖରେ ଅମଳାଭଟ୍ଟା ଓ 18 ତାରିଖ ଦିନ ବାରିଝୋଲାସ୍ଥିତ ଜି ଆଇ ଏ ସି ଆର ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା ଶିବିର ମାନ ଆୟୋଜନ କରାଯାଇଥିଲା। ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ବିଡିଓ ଅମୂଲ୍ୟ କୁମାର ସାହୁ, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ଜି ପି ଇ ଓ ଗୋପାଳ ପଣ୍ଡା ଯୋଗଦେଇ ଯୁବ ଭୋଟରଙ୍କ ପଞ୍ଜୀକରଣର ଆବଶ୍ୟକତା ଓ ପ୍ରକ୍ରିୟା ବିଷୟରେ ସଚେତନ କରିଥିଲେ। ରାୟଗଡା ଜିଲ୍ଲାର ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟନାୟକ, ମଡେଲ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ବିପ୍ର ନାରାୟଣ ମଲିକ ଓ ପ୍ରଧ୍ୟାପକ ଏମ୍ କଲ୍ୟାଣ କୁମାର, ଆଇ ଏ ସି ଆର ଠାରେ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମିଶ୍ର, ପ୍ରଧ୍ୟାପକ ଡ: ଦେବାଶିଷ ପାଣି ଓ ପ୍ରାଶାସନିକ ଅଧିକାରୀ ଆନନ୍ଦ ଗଉଡ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। 

  ରବିବାର 19 ତାରିଖ ଦିନ ସ୍ଵତନ୍ତ୍ର ଦିବସ ଥିବାରୁ ସମସ୍ତ ଯୋଗ୍ୟ ବ୍ୟକ୍ତି ପଞ୍ଜୀକରଣ ନିମନ୍ତେ ନିକଟସ୍ଥ ଭୋଟ ଗ୍ରହଣ କେନ୍ଦ୍ର ରେ ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ ଙ୍କ ସହ ପରାମର୍ଶ କରିବା ନିମନ୍ତେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

୨୦୨୫-୨୬ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

Sunil Chandra Nayak

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!