ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ଭାଷା ବୃତ୍ତି ରେ ଟପର ଛାତ୍ରୀ ନିହାରିକା ବିଶୋଇଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ନବରଙ୍ଗପୁର ଜିଲ୍ଲାରେ ଭାଷା ବୃତ୍ତି ରେ ଟପର ଛାତ୍ରୀ ନିହାରିକା ବିଶୋଇଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ 

ଡାବୁଗାଁ, ୧୮/୧୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ନୋଡାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରୀ ନିହାରିକା ବିଶୋଇ ଓଡ଼ିଆରେ ୯୪ ମାର୍କ ରଖି ଜିଲା ସ୍ତରରେ ଟପର ହୋଇଥିଲେ | ଉକ୍ତ ଛାତ୍ରୀ ଡାବୁଗାଁ ତଥା ନବରଙ୍ଗପୁର ଜିଲା ସହ ରାଜ୍ୟ ସ୍ତରରେ ନାମ ଟେକ ରଖିଛି, ସେଥିନେଇ ସବୁରି ମହଲରୁ ପ୍ରସଂଶା ର ସୁଅ ଛୁଟିଛି l ଝିଅ ହେବ ତ ଏମିତି l ଭାଗବାନ ଉକ୍ତ ଝିଅ କୁ ଦୀର୍ଘାୟୁ ଦେବା ସହ ଉତ୍ତରୋତ୍ତର ଉନ୍ନତି ରେ ସହାୟକ ହୁଅନ୍ତୁ ବୋଲି ଜନସାଧାରଣରେ ଆଶିର୍ବାଦ ଭିକ୍ଷା କରିଛନ୍ତି l ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ରେ ସୁରଭି ୨୦୨୩ ମଞ୍ଚରେ ଭାଷା ବୃତ୍ତି ଟପର ପୁରସ୍କାର ରେ ପୁରସ୍କୃତ କରିଛନ୍ତି ଏଇ ମେଧାବୀ ଛାତ୍ରୀ ନିହାରିକା ଙ୍କୁ l ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ସହ ମାନପତ୍ର, ଓଡ଼ିଆ ଭାଷା ସମ୍ପର୍କିତ ଉପାଦେୟ ପୁସ୍ତକ ଗୁଡିକ ଦେଇ ପୁରସ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ l ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ସପନ କୁମାର ନାୟକ ଛାତ୍ରୀ ଙ୍କୁ ସାଥିରେ ନିଜ ତତ୍ତ୍ୱାବଧାନରେ ସୁରକ୍ଷିତ ଭାବେ ଭୁବନେଶ୍ଵର ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେବାରେ ସହଯୋଗ କରିଥିଲେ ଓ ସେ ନିଜେ ଆତ୍ମ ସନ୍ତୋଷ ଲାଭ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଙ୍କ ସମେତ ପ୍ରଧାନ ଶିକ୍ଷକ ଓ ଛାତ୍ରୀଛାତ୍ରମାନେ, ପରିବାର ଲୋକେ, ବୁଦ୍ଧିଜୀବୀ ମାନେ ମେଧାବୀ ଛାତ୍ରୀ ର କୃତିତ୍ଵ ନେଇ ଖୁସି ପ୍ରକଟ କରିଥିବା ବେଳେ ତାର ଉତ୍ତରୋତ୍ତର ଉନ୍ନତି ନିମନ୍ତେ ଭାଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି l ପାଠ ପଢିବ ତ ନିହାରିକା ଭଳି ପଢ଼, ସମସ୍ତେ ଅନ୍ତତଃ ଚେଷ୍ଟା କରି ନିଜ ବିଦ୍ୟାଳୟ ସହ ନିଜ ଜିଲା ଓ ରାଜ୍ୟର ଟେକ ରଖିବାକୁ ଚେଷ୍ଟା କର l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋପାଳପୁର, ମହୁଲଖୋଳି ଗ୍ରାମରେ ହାତୀ ଉପଦ୍ରବ ପନି ପରିବା ଫସଲ ନଷ୍ଟ

Sunil Chandra Nayak

ବାଜା, ବାଣ, ରୋଷଣୀ ସହିତ ଦୁଲୁକିଲା ଗାଁ ଦାଣ୍ଡ ନିଆରା ଢଙ୍ଗରେ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

୧- ନୂତନ ବିଡ଼ିଓଙ୍କ ଉପସ୍ଥିତରେ ସତନ୍ତ୍ର ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡ଼ିଶା ର ବୈଠକ , ୨- ଛତୁଆ ଵୋଝେଇ ଭ୍ୟାନ ଗଛକୁ ଦେଲା ଧକ୍କା , ଓଲଟିଲା ଭ୍ୟାନ,ଚାଳକ ଫେରାର, ଜଣେ ମୃତ 

masiha

Leave a Comment

error: Content is protected !!