ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

ଶିଶୁ ଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ 

ଡାବୁଗାଁ, ୨୦/୧୧(ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡାବୁଗାଁ ସମନ୍ଵିତ ଶିଶୁ ବିକାଶ କାର୍ଯ୍ୟ|ଳୟ ତରଫରୁ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବାଲ୍ୟ ବିବାହ ରୋକିବା, ଶିଶୁ ଶ୍ରମିକ ବନ୍ଦ କରିବା, କମ ବୟସରେ ବିବାହ କଲେ ଉକ୍ତ ମହିଳା ସରକାର ଙ୍କ ମମତା ଯୋଜନାରୁ ବଞ୍ଚିତ ହେବା, ତାଙ୍କ ଠାରେ ରକ୍ତ ହୀନତା ଦେଖାଦେବା, କମ ଓଜନ ଓ ଭିନ୍ନକ୍ଷମ ପିଲା ଜନ୍ମ ହେବା, ଏନେଇ କିପରି ଜନସାଧାରଣଙ୍କୁ ସଚେତନ କରାଯିବା, ପ୍ରତି ଗ୍ରାମ ସ୍ତରରେ ବୈଠକ କରି ଲୋକ ଙ୍କୁ ସଚେତନ କରିବା ଆଦି ଉପରେ ଆଲୋଚନା ହୋଇଥିଲା | ଏଥିରେ ବିଡିଓ ଶରତ ମାଝି, ତହସିଲଦାର ସଦାଶିବ ଭତ୍ରା, ସିଡିପିଓ ମିନତୀ ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି, ରୋଜାଲିନ ପ୍ରଧାନ, ପ୍ରଣମିତା ପଟ୍ଟନାୟକ, ବିମଳା କୁମାରୀ ନାୟକ ଓ ସାଇରା ବାନୁ, ଡ଼ଙ୍ଗରିଗୁଡା ସରପଞ୍ଚ ରାମକୁମାର ଗଣ୍ଡ, ଜୁନାପାଣି ସରପଞ୍ଚ ଦୟାନିଧି ଭତରା, ସମସ୍ତ ଏମବିକେ ଏବଂ ସିଆରପି ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

ଖୋଲିଲା ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ 

masiha

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

masiha

Leave a Comment

error: Content is protected !!