ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

ବନ୍ଧୁଗାଁ ତା ୨୧/୧୧/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀଙ୍କ ତତ୍ପାବୋଧନ ରେ ଅନୁଷ୍ଟିତ ହେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ମାନଙ୍କୁ ମୁଖ୍ୟ ଗେଟ୍ ନିକଟରୁ ସ୍ଥାନୀୟ ଦେଶିଆ ବାଦ୍ୟର ତାଳେ ତାଳେ ଢେମସା ନାଚି ସ୍କୁଲ ଭିତରକୁ ପାଛୋଟି ଅଣାଯାଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ଈଶ୍ୱର ଚନ୍ଦ୍ର ମୁଦୁଲି, ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡ଼ା ନିହାର ରଞ୍ଜନ ଷଡ଼ଙ୍ଗୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର, ସ୍କୁଲ ସଭାପତି ବି ମହେଶ ନାଇଡୁ ଯୋଗ ଦେଇଥିଲେ। ବ୍ଲକର ୧୫ ଟି ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ୬୭ ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା। ଏହି ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ବିଚାରକ ରୂପେ ଡ଼ା ନିହାର ରଞ୍ଜନ ଷଡ଼ଙ୍ଗୀ ଓ ରସାୟନ ବିଜ୍ଞାନର ଅଧ୍ୟାପକ ଆଦିତ୍ୟ ସାହୁ ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରି ଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଅନ୍ତର୍ନିହିତ ବୈଜ୍ଞାନିକ ମୋନବୃତ୍ତିର ବିକାଶ ଘଟିବା ସହ ସେମାନଙ୍କ ଚିନ୍ତନ ଶକ୍ତିର ବିକାଶ ହୋଇଥାଏ ବୋଲି ମତ ପୋଷଣ କରିଥିଲେ। ଏହି ପ୍ରକଳ୍ପ ମଧ୍ୟରୁ ୫ ଟି ଥିମ୍ କୁ ଅନୁଧ୍ୟାନ କରି ୧) ସ୍ଵାସ୍ଥ୍ୟ କ୍ଷେତ୍ରରେ ରଞ୍ଜନ ସିରିକା ଏସ ଏସ ଡି ବିଦ୍ୟାଳୟ କୁମ୍ଭାରିପୁଟ,୨) କୃଷି କ୍ଷେତ୍ର ରେ ସୁଗ୍ୟାନି ଦେବୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ,୩)ଯୋଗାଯୋଗ ଓ ପରିବହନ କ୍ଷେତ୍ର ରେ ଅର୍ଚ୍ଚନା ଅଞ୍ଜଳି ଭୁଇ ଓଏଭି ନିଲାବାଡି, ୪)ଜୀବନ ସମନ୍ଧ କ୍ଷେତ୍ରରେ ପ୍ରେଶିସ କନ୍ଧପାନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଧୁଗାଁ ଓ ୫)ସଂରକ୍ଷଣ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ରେ ଜିତୁ ରଞ୍ଜନ ତୁଲ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଜାଗୁଗୁଡା ଗୁଡିକ ଆଗାମୀ ୬ ଡିସେମ୍ବର ୨୦୨୩ ରେ କୋରାପୁଟ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳାରେ ପ୍ରଦର୍ଶିତ ହହେବାକୁ ମନୋନୀତ ହୋଇଥିଲା। ଏହି ବିଜ୍ଞାନ ମେଳାକୁ ବନ୍ଧୁଗାଁ ବ୍ଲକ ର ସମସ୍ତ ଛାତ୍ରଛାତ୍ରୀ ବୁଲି ଦେଖି ଥିଲେ। ଏହି ପ୍ରଦର୍ଶନୀ କୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଦୂର୍ଗା ପ୍ରସାଦ ଚୌଧୁରୀ, ୟୁ ରାୟୁଡୁ, ସରଣ୍ୟା ରେଡି, ସୀମା କ୍ରିଶାନି ସହ ବିଦ୍ୟାଳୟର ମଧୁସୂଦନ ବଡନାଇକ, ପି ସନ୍ତୋଷ, ମନୋଜ ମେହେର, ପୁଷ୍ପାସିନି ମହାନ୍ତି, ବାସୁ ଖରା, ଚନ୍ଦନ ନାୟକ, ଭାର୍ଗବୀ ମହାରଣା ଓ ଏସ ଶ୍ରୀକାନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମିତା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

DRM Waltair Reviews Passenger Facilities at Visakhapatnam Railway Station

Sunil Chandra Nayak

ଅଗ୍ନିକାଣ୍ଡରେ ଜଳିଗଲା ପ୍ଲାଷ୍ଟିକ କମ୍ପାନୀର ଗୋଦାମ ଘର , ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

masiha

ରାଇରଙ୍ଗପୁର ରେ ଉପଖଣ୍ଡ ସାମ୍ବାଦିକଙ୍କ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

Leave a Comment

error: Content is protected !!