ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳିତ

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତି ପାଳିତ

ରାୟଗଡା/୨୨/୧୧/୨୩: ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ରାୟଗଡା ଜିଲ୍ଳା ପ୍ରଶାସନ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ସହରର ସ୍ଥାନୀୟ ଶାସ୍ତ୍ରୀ ନଗର ଛକ ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ନିକଟରେ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱାଧl ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ରାୟଗଡା ନଗର ପୈାରଉପାଧ୍ୟକ୍ଷl ଶୁଭ୍ରା ପଣ୍ଡା ,ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା,ଜଳନ୍ଧର ପୁଶିକା,ଶିକ୍ଷାବିତ୍ ପ୍ରାଧ୍ୟାପକ ଶଶିଭୂଷଣ ପଟ୍ଟନାୟକ ସମେତ ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆରଏସଇଡବ୍ଳ୍ୟୁସି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଞାପନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଜୟନ୍ତି ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀମତୀ ସିଂ ପୁରସ୍କାର ବିତରଣ କରିଥିଲେ । ସେହିପରି ସହିଦ ଲକ୍ଷ୍ମଣ ନାୟକ ଯୁବକ ସଙ୍ଘ ପକ୍ଷରୁ ମଧ୍ୟ ଶହୀନ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

କଲ୍ୟାଣସିଂହପୁର ଠାରେ ରଜ ମହୋତ୍ସବ 2024 ପାଳିତ

masiha

କ୍ୟାବିନେଟ୍ ବୈଠକ ସମ୍ପର୍କିତ ବୈଠକ 

Sunil Chandra Nayak

Leave a Comment

error: Content is protected !!