ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନମହୋତ୍ସବ ଉଦ୍ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ବନମହୋତ୍ସବ ଉଦ୍ଘାଟନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ 

ରାଉରକେଲା :ସେକ୍ଟର -୧୬ ରେ ଅବସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତ୍ରିପ୍ତିମୟୀ ଦ୍ବିବେଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଯୋଗ ଦେଇଥିଲେ । ଶ୍ରୀ ତନ୍ତୀ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଥିଲେ । ବିଦ୍ୟାଳୟର ସୁନାମ ଅର୍ଜନ କରିବାକୁ ସମସ୍ତେ ପ୍ରୟାସ କରିବା ସହିତ ଉତ୍ତମ ଚରିତ୍ର ଗଠନ, ରାଷ୍ଟ୍ର ଭକ୍ତି ଆଦିରେ ଉଚିତ ମାର୍ଗଦର୍ଶନ ଶିକ୍ଷକ ମାନେ ସତତ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟରେ ବନମହୋତ୍ସବ ପାଳନ ଅବସରରେ ଉପସ୍ଥିତ ଶିକ୍ଷକ , ବିଦ୍ୟାର୍ଥୀ ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ଥିଲେ । ସେ ତାଙ୍କ ବକ୍ତବ୍ୟରେ ପୃଥିବୀରେ ଉପୁଜୁଥିବା ଗ୍ଲୋବାଲ ୱାର୍ମିଙ୍ଗର ମୁକାବିଲା ପାଇଁ ପ୍ରଚୁର ପରିମାଣରେ ବିଦ୍ୟାଳୟ ଓ ପାର୍ଶ୍ଵବର୍ତ୍ତୀ ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କରିବା ସହିତ ତାର ଯତ୍ନ ନେବାକୁ ନିବେଦନ କରିଥିଲେ । ପ୍ରତ୍ୟେକ ଶିକ୍ଷକ, ବିଦ୍ୟାର୍ଥୀ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ କହିଥିଲେ । ବୃକ୍ଷ ରୋପଣ କରି ପ୍ରାଣୀ ଜଗତକୁ ଉଦ୍ଧାର କରିବା ସହିତ ମାନବ ସମାଜର କଲ୍ୟାଣ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଠି କରିବାରେ ସହଯୋଗ କରନ୍ତୁ ବୋଲି ପ୍ରକାଶ କରିଥିଲେ। ଏହା ପରେ ସେ ବିଦ୍ୟାଳୟ ପରିସରରେ ଶିକ୍ଷକ, ବିଦ୍ୟାର୍ଥୀ ମାନଙ୍କ ସହିତ ଔଷଧି ବୃକ୍ଷ ରୋପଣ କରିଥିଲେ। ପରି ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର କିଛି ସମସ୍ୟା ଉପରେ ବିଧାୟକକ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ମଧ୍ୟରେ ଅଧିକ ଶ୍ରେଣୀ ଗୃହ, ଅଡିଟୋରିୟମ୍, ଜଳ ନିଷ୍କାସନ ପାଇଁ ଡ୍ରେନ , ଭାଙ୍ଗି ଯାଇଥିବା। ପ୍ରାଚୀର ନିର୍ମାଣର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ଏହା ଉପରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ମୁଖପାତ୍ର ଗଙ୍ଗାଧର ଦାଶ, ଅଜୟ କଂସାରି, ଅଶୋକ ଲେଙ୍କା, ଆଲୋକ ନାୟକ , ସନ୍ତୋଷ ବିରାଟ , ସୁଦାମ ସାହୁ, ଗୌତମ ବାରା, ମନୋଜ ସ୍ୱାଇଁ, କ୍ରଷ୍ଣ ରାଉତ୍, ସଞ୍ଜୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ପରମ୍ପରାର ପୂଣ୍ୟ ପର୍ବ ଚନ୍ଦନ ଯାତ୍ରା : ଅସ୍ତି ଚନ୍ଦନ ଯାତ୍ରା ଉଦଘାଟିତ 

masiha

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

Leave a Comment

error: Content is protected !!