ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

ମୋଟର ସାଇକେଲ ଦୁର୍ଘଟଣା ୩ ଆହତ 

ଡାବୁଗାଁ, ୨୨/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୀମାଗୁଡା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ବୁଧବାର ଅପରାହ୍ନରେ ମୋଟରସାଇକେଲ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଆଜି ଅପରାହ୍ନ ପ୍ରାୟ ୩. ୩୦ ଘ. ସମୟରେ ଡାବୁଗାଁ – ମେଦନା ପୂର୍ତ୍ତ ବିଭାଗ ରାସ୍ତାରେ ଡାବୁଗାଁ ପଟୁ ମେଦନା ଆଡକୁ ଯାଉଥିବା ଏକ ମୋଟରସାଇକେଲ ନଂ ସି ଜି ୦୪ ଏଚଆର ୨୭୮୯ ଯୋଗେ ୩ ଜଣ ଯାଉଥିବା ବେଳେ ଭୀମାଗୁଡାଗ୍ରାମ ପୂର୍ବରୁ ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ | ଫଳରେ ମୋଟର ସାଇକେଲରେ ଥିବା ୩ ଜଣ ରାସ୍ତାରେ ଛିଟିକି ପଡି ଆହତ ହୋଇଥିଲେ | ଖବରପାଇ ଡାବୁଗାଁ ଅଗ୍ନିସମ କେନ୍ଦ୍ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତ ମାନେ ହେଲେ ଡାବୁଗାଁ ବ୍ଲକ ର ଅଞ୍ଚଳା ପଞ୍ଚାୟତ ଅଧୀନ ପାଣ୍ଡିକିଛାପର ଗ୍ରାମର ବୁଦୁରୁ ସାନ୍ତା (୨୧) ଓ ତାଙ୍କ ସ୍ତ୍ରୀ ରତ୍ନା ସାନ୍ତା (୧୮) ଏବଂ ତାଙ୍କ ସଡୁ ପାପଡାହାଣ୍ଡି ବ୍ଲକ ମାନିଗାଁ ପଞ୍ଚାୟତ ଅଧୀନ ରାଣିସୋଲା ଗ୍ରାମର ସୁନାଧର ସାନ୍ତା (୨୩) | ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଘଟଣାସ୍ଥଳରେ ପଞ୍ଚଛି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ ଜବତ କରି ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

masiha

କୁରୁଣ୍ଟି ପରେ କୃଷ୍ଣନଗର ଡାକଘରେ ଘୋଟାଲା,ଚମ୍ପଟ ମାରିଛନ୍ତି ପୋଷ୍ଟ ମାଷ୍ଟର

masiha

ବସ୍ତିବାସିନ୍ଦା ପାଳନ କଲେ ଆନ୍ତର୍ଜାତୀୟ ବିଶ୍ୱ ମହିଳା ଦିବସ 

masiha

Leave a Comment

error: Content is protected !!