ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

ଜିଲ୍ଲା ସ୍ୱରୀୟ ସ୍ୱାଉଡ଼ ଓ ଗାଇଡ଼ କାର୍ଯ୍ୟକ୍ରମ ର ପ୍ରସ୍ତୁତି ବୈଠକ 

ତେନ୍ତୁଳିଖୁଣ୍ଟି ୨୩/୧୧/୨୩  // ତେନ୍ତୁଳିଖୁଣ୍ଟି ବ୍ଳକର ନୋଡ଼ାଲ ବାପୁଜୀ ହାଇସ୍କୁଲ ଠାରେ ଆଜି ଜିଲ୍ଲା ସ୍ତରୀୟ ସ୍ୱାଉଡ଼ ଓ ଗାଇଡ଼ ଇଭେଣ୍ଟ ର ଆସନ୍ତା ମାସରେ ଏହି ବିଦ୍ୟାଳୟରେ ଅନୁଷ୍ଠିତ ହେବ ସେଥିପାଇଁ ବ୍ଳକର ବିଦ୍ୟାଳୟ ର ପ୍ରଧାନଶିକ୍ଷକ ,ଓ ଖେଳ ଶିକ୍ଷକ ମାନେ ଉପସ୍ଥିତ ଥିଲେ।ଏଥିରେ ନୋଡ଼ାଲ ବାପୁଜି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଉମରସିଂ ନାୟକ ପୌରହିତ୍ୟ ରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ 500ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି।ଏହି କାର୍ଯ୍ୟକ୍ରମ ଡିସେମ୍ବର 15 ,16,17,18 ଚାରି ଦିନ ଧରି ଚାଲିବ ଛାତ୍ରଛାତ୍ରୀ ରହିବା ପାଇଁ ଦିବ୍ୟ ହୃଦୟ ବାଳିକା ବିଦ୍ୟାଳୟ, ନୋଡ଼ାଲ ହାଇସ୍କୁଲ ,ଛାତ୍ରୀନିବାସ ରେ ରହି ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି।ଖେଳ ପଡିଆ ସଜେଇବା,ଖାଇବା, ରହିବା, ଅତିଥିମାନେ ଙ୍କୁ ଠିକ ସତ୍କାର ସହ କାର୍ଯ୍ୟକ୍ରମ କୁ ସଫଳ କରିବା ବୋଲି ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ସ୍ୱାଉଡ଼ ଓ ଗାଇଡ଼ ର ଜିଲ୍ଲା କମିଶନର ପ୍ରମୋଦ ଦାସ, ଏ ବିଇଓ ଗୋରାଚାନ୍ଦ ତ୍ରିପାଠୀ, ମୋହନ ମଧୁସୂଦନ ବାଘ, ତେନ୍ତୁଳିଖୁଣ୍ଟି ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ, ଲ୍ୟାମ୍ପ ସଭାପତି ଅଖିଳ ଭତରା, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ନାୟକ, ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

masiha

ସ୍ଥାୟୀ ଜୀବନଶୈଳୀ ଓ ଶକ୍ତି ସଂରକ୍ଷଣ ଆଲୋଚନାଚକ୍ର

Sunil Chandra Nayak

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

Leave a Comment

error: Content is protected !!