ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁ ଆକ୍ରମଣରେ ୬୦ ବର୍ଷର ବୃଦ୍ଧା ଗୁରୁତର

ନୂଆପଡ଼ା-ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ ବର୍ଷିୟ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଛି ।ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଉଥିବା ସମୟରେ ହଠାତ ଭାଲୁ ଆକ୍ରମଣ କରିଥିଲା ।ଘଟଣା ଘଟିଛି ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମହୁଲ ଗଛ ତଳେ । ଖବର ପାଇବା ମାତ୍ରେ ଗ୍ରାମର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଭାଲୁ ଦାଉରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଖବର ପାଇ ବଏରଭାଡି ସରପଞ୍ଚ ରୋହିତ ରାଉତ ଏବଂ ସମିତି ସଭ୍ୟ ଚନ୍ଦନ ବଞ୍ଜାରା ବୃଦ୍ଧା ଙ୍କୁ ଏକ ଗାଡ଼ି କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ ।ମଉଲୀ ଅତି ଗରିବ ଶ୍ରେଣୀୟ ଅଟନ୍ତି ।

ତାଙ୍କ ଏକମାତ୍ର ପୁଅ ଥିଲା ହେଲେ ବିଡ଼ମ୍ବନାର ବିଷୟ ଏହିକି ଗତବର୍ଷ ସେ କୈାଣସି କାରଣରୁ ଆତ୍ମହତ୍ୟା କରିଥିଲା । ଏ ସମ୍ପର୍କରେ ଖରିଆରରୋଡ ଟେରିଟୋରିଆଲ ରେଞ୍ଜର ଶ୍ରୀମାନ ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ମଉଲୀ ମାଝୀ ଯଦି ଜଙ୍ଗଲୀ ଭାଲୁର ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି ତେବେ ନିଶ୍ଚୟ ରୂପେ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

Sunil Chandra Nayak

ସାନଚେରଗାଁ ବସ୍ତିପଡା ନୂତନ ପ୍ରାଥମିକ ବିଦ୍ୟାଲୟକୁ ତାଲା ମାରିଲେ ପଡ଼ାବାସୀ

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ଜଗନ୍ନାଥଙ୍କୁ ମୋର ଖୋଲା ଚିଠି 

Sunil Chandra Nayak

Leave a Comment

error: Content is protected !!