ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

ରାଧାକୃଷ୍ଣ କଳlପରିଷଦ ଫୁଟବଲ ଟୁର୍ଣ୍ଣlମେଣ୍ଟ ଉଦଯାପିତ , ମଣ୍ଡଳ କୁ ହରାଇ ଧର୍ମଗଡ ଚାମ୍ପିଅନ

ଜୁନାଗଡ଼,୨୪/୧୧(ମ ନି ସ୍)- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ ସର୍ଗିଗୁଡ଼l ସ୍ଥିତ ରାଧାକୃଷ୍ଣ କଳlପରିଷଦ ପକ୍ଷରୁ ଅନୁଷ୍ଠିତ ଫୁଟବଲ ପ୍ରତି ଯୋଗିତା ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଙ୍କ ପ୍ରତିନିଧି ଦିନେଶ ବଗର୍ତି  ଯୋଗଦେଇ ଥିବାବେଳେ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ପଲlସ ସରପଞ୍ଚ ପ୍ରଭାକର ସେଠି, ସମିତି ସଭ୍ୟl  ମୀନା ବାଗ, ବିଜେଡ଼ି ଯୁବ ସଭାପତି ମଣ୍ଡଳ ସ୍ତରୀୟ  ହିମାଂଶୁ ପୁଝାରୀ,  କ୍ଳବ୍ ସଭାପତି  ମନରଞ୍ଜନ ନାଏକ, ପୂର୍ବତନ ସମିତି ସଭ୍ୟ ଅରୁଣ ନାଏକ, ଖିରସିନ୍ଧୁ ନାଏକ,  ଶିକ୍ଷକ ଗୋପାଳ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ଫୁଟବଲ ପ୍ରତିଯୋଗିତ ଗତ ୧୭ ତାରିଖ ଆରମ୍ଭ ହୋଇଥିବାବେଳେ ଏଥିରେ ମୋଟ ୧୬ ଟି ଦଳ ଭାଗ ନେଇ ଥିଲେ l ସେମି ଫାଇନାଲ ଖେଳ ରେ ବଗlଡ କୁ ହରାଇ ମଣ୍ଡଳ ବିଜୟ ହୋଇଥିବା ବେଳେ ଧର୍ମଗଡ ଓ କର୍ଲାକୋଟ  ଦଳ ଖେଳରେ ଧର୍ମଗଡ ବିଜେତା ହୋଇଥିଲା l ପ୍ରତିଯୋଗିତା ର ଫାଇନାଲ ଖେଳ ଧର୍ମଗଡ ଏବଂ ମଣ୍ଡଳ ଦଳ ମଧ୍ୟରେ  ହୋଇଥିବା ବେଳେ  ଧର୍ମଗଡ ୪-୨ ରେ ମଣ୍ଡଳ କୁ ହରାଇ ଚାମ୍ପିଅନ ହୋଇଛି l ବିଜେତା ଦଳ କୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଏବଂ ଉପ ବିଜେତା ଦଳ କୁ ୧୦ ହଜାର ଟଙ୍କାର ଅର୍ଥ ରାଶି ସହ ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ଏଥିରେ ସରୋଜ କୁମାର ନାଏକ, ବିଭୟକ ନାଏକ, ମୁରଲୀ ଭାଟି,ନିରଞ୍ଜନ ନାଏ କ,ବିଶ୍ଵାମିତ୍ର ହଂସ ସହଯୋଗ କରିଥିବାବେଳ ବୁଲୁ ବେହେରୁକ,ସୁଶାନ୍ତ,ରୀଙ୍କୁ ପୁଝାରୀ ରେଫରି ଦାୟିତ୍ଵ ତୁଲାଇଥିଲେ l ଶମ୍ଭୁଦତ୍ତ ନାଏକ , ଦେବରାଜ ବେମାଲ, ସୁଶାନ୍ତ ପ୍ରଧାନ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ l ଖେଳ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ଦର୍ଶକ ଙ୍କ ଭିଡ ହୋଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜେକେ ପେପର୍ ମିଲ୍ସ, ଜେକେ ପୁର ଠାରେ ୩୨ ତମ କ୍ୱାଲିଟି ସର୍କଲ କୋରାପୁଟ ଚାପ୍ଟର ତରଫରୁ ସମ୍ମିଳନୀ ଅନୁଷ୍ଠିତ

masiha

ଭବାନୀପାଟଣା : ପେଟ୍ରୋଲ ଡିଜେଲ ବିତରଣ ରେ ଅନିୟମିତତା ଅଭିଯୋଗ ନେଇ ପ୍ରଶାସନିକ ଚଢ଼ାଉ

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!