ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା 

ଆଦିବାସୀ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜନସଚେତନତା ଶୋଭାଯାତ୍ରା 

କନ୍ଧମାଳ:ତା,୨୫/୧୧.(ମନିସ): ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା” ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ। ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଆଦିବାସୀ ସ୍ନାତକ ମହାବିଦ୍ୟାଳୟ ଠାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଜନ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମନ୍ଵୟ ଅଧିକାରୀ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ସଂଯୋଜକ ଡ଼.ସୁଶାନ୍ତକୁମାର ଦାସ, ମାନସ ରଞ୍ଜନ ପ୍ରଧାନ, ହିମାଂଶୁ ଚରଣ ସାହୁ, ଅରୁନ୍ଧତୀ ପ୍ରଧାନ ଦୁଷ୍ମନ୍ତ କୁମାର ଶବର, ଶିବ ମାଝୀ, ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ “#ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା” ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ପ୍ଲାକାର୍ଡ ଧରି ବାଲିଗୁଡ଼ାର ମୁଖ୍ୟ ସହର, ବଜାର ଛକ, ବସଷ୍ଟାଣ୍ଡ , ପାଟଖଣ୍ଡା ସାହି ଦେଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିଅମ ପରିସରରେ ଥିବା ଇଣ୍ଡୋର ହଲରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଚେସ ପ୍ରତିଯୋଗିତା ହୋଇଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା: ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା

Sunil Chandra Nayak

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

masiha

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

Leave a Comment

error: Content is protected !!