ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଚିନ୍ତାରେ ଗ୍ରାମବାସୀ

ଚିଲିଗୁଡା  -: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୭୨ ଜଣ ଛାତ୍ରଛାତ୍ରୀ ପାଠ ପଢି ଥାନ୍ତି ।ମାତ୍ର ଏହି ବିଦ୍ୟାଳୟ ରେ ଶିକ୍ଷକ ସଂଖ୍ୟା ମାତ୍ର ୪ ଜଣ , ଶ୍ରେଣୀ ଗୃହ ମଧ୍ୟ ୪ ଗୋଟି ରହିଛି ।ସରକାରଙ୍କ ନିୟମ ଅନୁଯାୟୀ ଆବଶ୍ୟକ ଶିକ୍ଷକ ଦରକାର ହେଲେ ଏହି ବିଦ୍ୟାଳୟ ରେ ତାହା ଦେଖି ବାକୁ ମିଳୁନାହିଁ ।ଆଗରୁ ଏହି ବିଦ୍ୟାଳୟ ରେ ୬ ଜଣ ଶିକ୍ଷକ ରହି ଥିଲେ ।ସେଥି ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଙ୍କ ଅବସର ହୋଇଥିଲା ଏବଂ ଅନ୍ୟ ଦୁଇ ଜଣ ଶିକ୍ଷକ ପଦୋନ୍ନତି ପାଇଁ ଅନ୍ୟ ସ୍କୁଲ କୁ ଚାଲିଗଲେ । ସେହି ସମୟରେ ଶିକ୍ଷକ ପ୍ରଦାନ ପାଇଁ ସ୍କୁଲ ଶିକ୍ଷା କମିଟି ଏବଂ ଗ୍ରାମବାସୀମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଥିଲେ ।କିନ୍ତୁ କିଛି କାମ ଦେଲାନାହିଁ ।ଅନେଜ ଦିନ ଗଲାପରେ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ।ବର୍ତ୍ତମାନ ତାଙ୍କୁ ମିଶାଇ ଏହି ବିଦ୍ୟାଳୟ ରେ ୪ ଜଣ ଶିକ୍ଷକ ରହିଛନ୍ତି ।୨୭୨ ଜଣ ଛାତ୍ରଛାତ୍ରୀ ଙ୍କୁ ହିସାବ କଲେ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଏ ।ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ କୋଠରୀର ମଧ୍ୟ ଘୋର ଅଭାବ ରହିଛି ।୪ ଗୋଟି କୋଠରୀରେ କେମିତି ଭାବରେ ଛାତ୍ରଛାତ୍ରୀ ମାନେ ପାଠ ପଢୁ ଥିବେ ତାହା ସହଜେ ଅନୁମାନ କରାଯାଉଛି ।ଏପରିକି ବିଦ୍ୟାଳୟରେ ଥିବା ନଳ କୂପ ଅଚଳ ହେବାରୁ ତାହା କାର୍ଯ୍ୟକ୍ଷମ ନ ହେବାରୁ ନୂତନ ନଳକୂପ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା ।ତାହା ମଧ୍ୟ ଏଯାଏଁ ହୋଇ ପାରୁ ନାହିଁ ।ଯାହା ଫଳରେ ସ୍କୁଲ ହତ। ଭିତରେ ଛାତ୍ରଛାତ୍ରୀ ମିଳୁନି ପିଇବା ପାଣି ।ଏଣୁ ଏହି ବିଦ୍ୟାଳୟ ରେ ଯଥା ଶୀଘ୍ର ଶିକ୍ଷକ ନିଯୁକ୍ତି ପ୍ରଦାନ ସହ ଶ୍ରେଣୀ ଗୃହ ର ନିର୍ମାଣ ଏବଂ ନୂତନ ନଳକୂପ ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଓ ସ୍କୁଲ ଶିକ୍ଷା କମିଟିର କର୍ମ କର୍ତ୍ତା ଦାବି କରିଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଚାରିଦିନ ର ବ୍ୟବଧାନରେ ପୁଣି ଲାଗିଲା ମାଓ ପୋଷ୍ଟର

Sunil Chandra Nayak

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଭିଜିଲାନ୍ସ ଯନ୍ତାରେ ଲାଞ୍ଚୁଆ ରରୁଆଁ ତହସିଲଦାର ଏବଂ ଅମିନ

Leave a Comment

error: Content is protected !!